Odisha news

ଅଗ୍ନିସେବା ସପ୍ତାହ ଓ ସଚେତନତା ବାର୍ତାନେଇ ଜନସଚେତନତା ସୃଷ୍ଟି କଲେ ଗୋପ ଅଗ୍ନିସେବା କର୍ମଚାରି

0
ଗୋପ :  ଆଜି ଠାରୁ ସମଗ୍ର ଦେଶରେ  ପାଳିତ ହେଉଛି ଜାତୀୟ ଅଗ୍ନିଶମ ସେବା ସପ୍ତାହ। ୧୯୪୪ ମସିହା ଏପ୍ରିଲ ୧୪ ତାରିଖରେ ମୁମ୍ବାଇ ବନ୍ଦରରେ ବିସ୍ଫୋରକ ପୂର୍ଣ ଜାହାଜ ଭିକ୍ଟୋରିଆ ଡ଼ପ୍ଟ ରେ ସାମାନ୍ୟ ଅବହେଳାରୁ ଜାହାଜରେ ଥିବା ବିସ୍ଫୋରକରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜାହାଜର ଶତାଧିକ ଶ୍ରମିକ, କ୍ୟାପଟେନ ଓ ଅନ୍ୟାନ୍ୟ ଅଧିକାରୀ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ନିମନ୍ତେ ବ୍ରିଟିଶ ପ୍ରଶାସନ ପକ୍ଷରୁ ମୁମ୍ବାଇ ଅଗ୍ନିଶମ ବାହିନୀ କୁ ଉକ୍ତ ସ୍ଥାନକୁ ପଠାଯାଇଥିଲା। ନିଜ ଜୀବନକୁ ବାଜି ଲଗାଇ ସେମାନେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ଏଥିରେ ଅଗ୍ନିଶମ ବିଭାଗର ୮୪ ଜଣ ବିଶ୍ୱସ୍ତ ଅଧିକାରୀ ପ୍ରାଣ ହରାଇ ଦେଶପାଇଁ ସହିଦି ହୋଇଥିଲେ। ସେମାନଙ୍କ ବଳିଦାନକୁ ଦେଶ ନିକଟରେ ଚୀର ସ୍ମରଣୀୟ ରଖିବା ପାଇଁ ପ୍ରତିବର୍ଷ ଏପ୍ରିଲ 14 ରୁ ଏପ୍ରିଲ 20 ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ଅଗ୍ନିଶମ ସପ୍ତାହ ପାଳିତ ହୋଇ ଆସୁଛି। ଏଥି ନିମନ୍ତେ ଗୋପ ଅଗ୍ନିଶମ ଅଧିକାରୀ ପ୍ରଶନ କୁମାର ବେହେରାଙ୍କ ନେତୃତ୍ୱରେ ଗୋପ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ  ନିଜ ଅଞ୍ଚଳରେ ଅଗ୍ନି ଦୁର୍ଘଟଣା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗୋପ ବଜାର ପରିକ୍ରମା କରି ସଚେତନତା ସୃଷ୍ଟି କରିଛନ୍ତି।
Leave A Reply