Odisha news

ଉଦାସ ଆଶ୍ରମରେ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର,୨ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ଯୋଗଦାନ

0

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଛତିଆ ସୋଲାର ସ୍ଥିତ ଉଦାସ ଆଶ୍ରମରେ ପବିତ୍ର ମହାବିଷୁବ ପଣା ସକ୍ରାନ୍ତି ଓ ଓଡିଆ ନବବର୍ଷ ଅବସରରେ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଏବଂ ପଣାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଆଶ୍ରମର ପିଠାଧିଶ ସ୍ୱାମୀ ଗ୍ୟାନାନନ୍ଦ ସରସ୍ୱତି ମହାରାଜ ଆନୁଷ୍ଠାନିକ ଭାବେ ଆଶ୍ରମ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ! ଆଶ୍ରମର ମୁଖ୍ୟ ସେବକ ସତ୍ୟରଞ୍ଜନ ଦାସଙ୍କ ସଞ୍ଜୋଜନାରେ ଆୟୋଜିତ! ଏହି ଶିବିରରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସୌଭାଗ୍ୟ ମହାନ୍ତି, ଡ କାଞ୍ଚନବାଳା ସିଂ, ଆୟୁର୍ବେଦ ଚିକିତ୍ସିକ ଡ ନନ୍ଦିତା ବେହେରାଙ୍କ ସହ ଆଶ୍ରମର କବିରାଜ ମାନେ ଉପସ୍ଥିତ ରହି ରୋଗୀମାନଙ୍କର ପରିକ୍ଷା ନିରୀକ୍ଷା କରିବା ସହ ଔଷଧ ବିତରଣ କରିଥିଲେ! ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ସୋଲର,ଛତିଆ,ପଟଣା,ଚମ୍ପାପୁର,ବନ୍ଦାଳ,ନେଳିଆ,ବୈରୀ,ପାଇକରାପୁର ପ୍ରଭୃତି ଗ୍ରାମ ତଥା ପଞ୍ଚାୟତରୁ ଦୁଇଶହରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରିବାସହ ମାଗଣାରେ ଆବଶ୍ୟକୀୟ ଔଷଧି ଗ୍ରହଣ କରିଥିଲେ!ପରେପରେ ଶିବିରରେ ଉପସ୍ଥିତ ଓ ସମସ୍ତ ଆଶ୍ରମବାସୀ ତଥା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପଣା ଓ।ଛତୁଆ ବଣ୍ଟନ କରାଯାଇଥିଲା!ଆଶ୍ରମର ବହୁ ସେବକ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ

Leave A Reply