ସ୍ପେଶାଲ ସ୍କାର୍ଡ ଓ ବଡଚଣା ପୋଲିସର ମିଳିତ ଚଢ଼ାଉ : ବନ୍ଦାଳ ଛକରୁ ବିପୁଳ ପରିମାଣର ଚୋରା ଲୁହାପଥର ସହ ୧୦ ଚକିଆ ଟ୍ରକ ଜବତ ,ଜଣେ ଗିରଫ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ବନ୍ଦାଳୋ ଛକରୁ ବୁଧବାର ଦିନ ପୋଲିସ ବିପୁଳ ପରିମାଣର ଚୋରା ଲୁହାପଥର ଜବତ କରିଛି! ଯାଜପୁର ଏସ୍ ପି ରାହୁଲ ପି ଆରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସର ସ୍ପେଶାଲ ସ୍କାର୍ଡ ଓ ବଡଚଣା ପୋଲିସର ମିଳିତ ଚଢ଼ାଉ ଦ୍ବାର ଏହି ଚୋରା ଲୁହାପଥର ଜବତ ହୋଇଛି। ଦୀର୍ଘ ଦିନ ଧରି ବନ୍ଦାଳୋ ଛକର ହାଟକରନ୍ଦା ଗ୍ରାମ ରାସ୍ତା କଡରେ ଚୋରା ଲୁହାପଥର ଗଚ୍ଛିତ ରଖି ମାଫିଆମାନେ ତାହାକୁ ବାହାରକୁ ଚୋରା ଚାଲାଣ କରୁଥିଲେ! ଏହି ଖବର ଜିଲ୍ଲା ପୁଲିସ ଜାଣିବାକୁ ପାଇବାପରେ ଏକ ସ୍ପେଶାଲ ସ୍କାର୍ଡ ଦ୍ୱାରା ଚଢ଼ାଉ କରିବାକୁ ଏସ ପି ନିର୍ଦ୍ଦେଶ ଦେଇଥିଲେ! ବଡଚଣା ଥାନା ପୋଲିସ ସହଯୋଗରେ ବୁଧବାର ଦିନ ଅଚାନକ ଘଟଣା ସ୍ଥଳରେ ପୋଲିସ ଚଢ଼ାଉ କରିଥିଲା ।
ଚଢ଼ାଉ ପରେ ସେଠାରୁ ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହେବା ସହିତ ଏଠାକୁ ଅନଲୋଡ ପାଇଁ ଆସିଥିବା ଏକ ଚୋରା ଲୁହାପଥର ବୋଝେଇ ୧୦ ଚକିଆ ଟ୍ରକ୍କକୁ ପୋଲିସ ଜବତ କରିବା ସହ ସେହି ଗାଡିର ଚାଳକ ସୁଜିତ କୁମାର ସାହାକୁ ଗିରଫ କରିବାକୁ ସଖ୍ୟମ ହୋଇଥିଲା! ସପୃକ୍ତ ଗାଡି ଚାଳକର ଘର ଓଡିଶା ବାହାରେ ହୋଇଥିଲେ ମଧ୍ୟ ସେ ଦୀର୍ଘ ଦିନହେବ ଏହି ଥାନାର ସୁଙ୍ଗୁଡା ଗ୍ରାମରେ ରହୁଥିବା ଜଣାପଡିଛି! ଏହି ଚୋରା କାରବାରରେ ସ୍ଥାନୀୟ ଗ୍ରାମର କିଛି ଯୁବକ ସାମିଲ ଥିବା ପୁଲିସ ସନ୍ଦେହ କରିଛି।ସେଠାରୁ ପୋଲିସ ପ୍ରାୟ ଶହେଟନରୁ ଉର୍ଦ୍ଧ୍ବ ଚୋରା ଲୁହାପଥର ଜବତ କରିଛି! ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଜେନାପୁର ଥାନା ଅଞ୍ଚଳରୁ ଜବତ ହୋଇଥିବା ଚୋରା ଲୁହାପଥର କାରବାର ସହିତ ଜଡିତ ଚୋରମାନେ ଏହି କାରବାର ସହ ଜଡିତ ବୋଲି ଜଣାପଡିଛି!
ଗତକାଲି ଜେନାପୁର ପୋଲିସ ଦ୍ୱାରା ଗିରଫ ଲୁହାପଥର ଚୋର ସେକ ମନାନକୁ ଜେରା ବେଳେ ପୋଲିସ ପାଇଥିବା ତଥ୍ୟକୁ ଆଧାକରି ଆଜିର ଚଢ଼ାଉ କରୀଥିବା ଜଣାପଡିଛି! ଜବତ ଲୁହାପଥରର ସବିଶେଷ ବିବରଣୀ ହାସଲ ପାଇଁ ପୋଲିସ ଯାଜପୁର ରୋଡ ସ୍ଥିତ ଉପ ଖଣି ଅଧିକାରୀଙ୍କୁ ଅବଗତ କରିବାପରେ ଖଣି ବିଭାଗର ଏକ ଟିମ ଘଟଣା ସ୍ଥଳକୁ ଆସି ତଥ୍ୟ ସଗ୍ରହ କରିଛନ୍ତି!ଗିରଫ ଗାଡି ଚାଳକକୁ ଆଜି କୋର୍ଟ ଚାଲାଣ କରାଯାଇଛି! ଯାଜପୁର ଏସ ପିଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ ଗତ ୬ ତାରିଖରେ ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଅଞ୍ଜିରା ନିକଟ ନୂଆସାହି ଜଙ୍ଗଲରୁ ଓ ଏବେ ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳରୁ ବିପୁଳ ପରିମାଣର ଚୋରା ଲୁହାପଥର ଜବତ ହେବା ଘଟଣାକୁ ଅନୁଦ୍ଧାନକଲେ ଏବେ ଯାଜପୁର ଜିଲ୍ଲାରେ ଯେ ଲୁହାପଥରର ଚୋରା କାରବାର ବ୍ୟାପକଭାବେ ଚାଲିଛି ତାହା ପ୍ରମାଣିତ ହୋଇଛି! ତେବେ ଏତେଦିନଧରି ଏହିସବୁ ସ୍ଥାନରେ ଏହି ଚୋରା କାରବାର ଚାଲୁଥିଲେ ସୁଦ୍ଧା ସ୍ଥାନୀୟ ଥାନା ପୋଲିସ କିପରି ଏହାର ଟେର ପାଉନଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!