ପ୍ରତାପ ଚନ୍ଦ୍ର ସାହୁ : ଭୀମ ରାଓ ରାମ ଜି ଆମ୍ବେଦ୍ କର ମହା ରାଷ୍ଟ୍ର ପ୍ରଦେଶ ର୍ ରତ୍ନ ଗିରି ଜିଲ୍ଲା ଅନ୍ତର୍ଗତ ମୋହୁ ନାମକ ଏକ ଗାଁ ରେ ୧୮୯୧ ମସିହା ଏପ୍ରିଲ୍ ୧୪ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକ ଅ ସ୍ପର୍ଶ ଜାତିରେ ଜନ୍ମ ଗ୍ରହଣ କରିଥିଲେ ବୋଲି ପ୍ରଥମେ ପ୍ରଥମେ ଲାଞ୍ଛିତ୍ ଅବହେଳିତ ଓ ନିର୍ଜ୍ୟତିତ୍ ହୋଇଥିଲେ। ପରବର୍ତ୍ତି ସମୟ ରେ ଏହା ବିରୋଧ ରେ ପ୍ରତିବାଦ ଓ ଆନ୍ଦୋଳନ କରି ଜାତି ପ୍ରଥା ଉଠାଇ ବାରେ ସଫଳତା ପାଇଥିଲେ। ନିଜର ନିଷ୍ଠା ,ଆନ୍ତରିକତା ଓ ଦୃଢ଼ ତା ପାଇଁ ନିଜ କାର୍ଯ୍ୟ ରେ ସଫଳତା ପାଇଥିଲେ। ସେ ଥିଲେ ବାସ୍ତବ ରେ ଜଣେ ପ୍ରଜ୍ଞା ପୁରୁଷ,,ସଫଳ ସମାଜ ସେବି,ସଫଳ ରାଜନୀତି ଜ୍ଞ,ଆଇନ ବିଶାରଦ,ବିଦ୍ୱାନ,ବୁଦ୍ଧି ଯିବି। ବାଲ୍ୟ କାଲରେ ସ୍କୁଲ ପରିସର ରେ ଶିକ୍ଷକ ଓ ଅନ୍ୟ ପିଲା ଙ୍କ ଦ୍ୱାରା ନିମ୍ନ ବର୍ଗ ର୍ ବୋଲି ଅନେକ ଥର ଲାଞ୍ଛିତ୍ ହୋଇଛନ୍ତି।
ଏ ସବୁ ର୍ ବିଲୋପ୍ ପାଇଁ ସେ ପ୍ରତିଜ୍ଞା ବଦ୍ଧ୍ ଥିଲେ। ସମାଜ୍ ରୁ ଅସ୍ପ୍ରୁସ୍ୟତା ଦୂର କରିବା ବଦ୍ଧ୍ ପରିକର୍ ହେଲେ।ଅନ୍ୟାୟ୍,ଦୁର୍ନୀତି,ଶୋଷଣ,ଅନ୍ ଧ ବିଶ୍ୱାସ,ଓ ଅସ୍ପ୍ରୁସ୍ୟତା ଆଦି ବିରୋଧ ରେ ଲଢ଼ିବା ପାଇଁ ବିଲାତ୍ ଯାଇ ଉଚ୍ଚ ଶିକ୍ଷା ଲାଭ କରିବା ସହ ଆଇନ ରେ ସ୍ନାତକ୍ ଡିଗ୍ରୀ ହାସଲ କଲେ। ସୁଦ୍ର୍ ଜାତି ର୍ ଲୋକଙ୍କ ପାଇଁ,ନାରୀ ର୍ ଅଧିକାର ଓ ସୁରକ୍ଷା ପାଇଁ ,ଦଳିତ ଜାତି ର ଲୋକଙ୍କ ଆତ୍ମ ସମ୍ମାନ ଓ ସାମାଜିକ ସମ୍ମତା ଫେରାଇ ଆଣିବା ପାଇଁ ସେ ନିଜକୁ ଉଚ୍ଛର୍ଗ୍ କରିଦେଇ ଥିଲେ। ନିଦେସ୍ ରୁ ମାନବ ବଦି ଦର୍ଶନ ତତ୍ତ୍ୱ ର ଅଧିକାରୀ ହୋଇ ଇଂ ରେ ଜ୍ ଭାଷା ସାହିତ୍ୟ ରେ ପଣ୍ଡିତ ଜ୍ଞାନ ଅର୍ଜନ କରି ୧୯୨୩ ମସିହା ରେ ଭାରତ ଫେରିଲେ। ଦଳିତ ନିଷ୍ପେସିତ ମାନଙ୍କ ଉପରେ ଚାଲିଥିବା ଶୋଷଣ,ଅନ୍ୟାୟ,ଅତ୍ୟାଚାର୍, ବିରୋଧ ରେ ଲଢ଼ିବା ପାଇଁ ଆଇନ ଗତ ଯୁଦ୍ଧ ଜାରି ରଖିଲେ। ୧୯୨୪ ମସିହା ମାର୍ଚ୍ଚ୍ ୯ ତାରିଖ ରେ ବହିସ୍କ୍ରୁତ୍ ହିତ୍ତ୍ କାରିନି ସଭା କରି ଏକ ସୁସ୍ଥ ,ସ ବଲ୍ ଶାଶ୍ୱତ,ପ୍ରଗତିସିଲ,ଓ ସମତା ଉପରେ ଆଧରିତ୍ ଏକ ସମାଜ ଗଠନ କରିବା ପାଇଁ ଆହ୍ଵାନ୍ ଦେଲେ । ଜୟନ୍ତୀ ଅବସରରେ୧୪/ଏପ୍ରିଲ୍ ଏଇ ଆନ୍ଦୋଳନ ଜରିଆ ରେ ବିଭିନ୍ନ ହିନ୍ଦୁ ମନ୍ଦିର ରେ ଅଣ ହିନ୍ଦୁ ମାନଙ୍କୁ ପ୍ରବେଶ କରାଇବା ଥିଲା ମୂଳ ଉଦେଶ୍ୟ ଏବଂ କିଛି ଅଂଶ ରେ କୃତ କାର୍ଯ୍ୟ ବି ହୋଇଥିଲେ।
ସର୍ବ ସାଧାରଣ କୂଅ ପୋଖରୀ ରୁ ପାଣି ଆଣିବା ପାଇଁ ବାର ନ୍ ଥିଲା ଦଳିତ ମାନଙ୍କ ପାଇଁ । ଏ ସବୁ କ୍ଷେତ୍ର ରେ ସେ କୃତ କାର୍ଯ୍ୟ ହୋଇ ଥିଲେ ଅର୍ଥାତ ସର୍ବ ସାଧାରଣ କୂଅ ପୋଖରୀ ରୁ ଦଳିତ ମାନେ ମଧ୍ୟ ପାଣି ଆଣି ପାରିବେ ,ମନ୍ଦିର ଯାଇ ପାରିବେ। ଏସବୁ ବାସ୍ତବ ରେ ସହସିକ୍ ପଦକ୍ଷେପ। ବହୁ ସାମାଜିକ ଆନ୍ଦୋଳନ ମାଧ୍ୟମ ରେ ସମାଜ ରୁ ଅସ୍ପ୍ରୁସ୍ୟତା ଦୂର କରିବାରେ ସଫଳତା ପାଇଥିଲେ। ଏହା ସାରା ଭାରତ ରେ ଗନ୍ନ୍ ଆନ୍ଦୋଳନ ରେ ପରିଣତ ହେଲା। ପରେ ଜାତିର ପିତା ଗାନ୍ଧିଜୀ ଜାତୀୟ କଂଗ୍ରେସ ରେ ଅସ୍ପ୍ରୁସ୍ୟତା ନିବାରଣ କାର୍ଯ୍ୟ କ୍ରମ କୁ ସାମିଲ କରିଥିଲେ। ଦଳିତ ଓ ନିଷ୍ପେସିତ ବର୍ଗ ଙ୍କ ପାଇଁ ‘ ପୃଥକ ନିର୍ବାଚନ୍ ମନ୍ଦଲି ‘ ବ୍ୟବସ୍ଥା କୁ ନେଇ ଯଦିଓ ପ୍ରଥମେ ଗାନ୍ଧିଜୀ ଓ ଆମ୍ବେଦ୍ କର ଙ୍କ ମଧ୍ୟରେ ମନୋମଲିନ୍ୟ୍ ଥିଲା କିନ୍ତୁ ପରବର୍ତ୍ତି ସମୟ ରେ ” ପୁନା ” ଚୁକ୍ତି ମାଧ୍ୟମ ରେ ସମାଧାନ ହୋଇ ଯାଇଥିଲା।
ଏହା ଭାରତୀୟ ଜାତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସ ଏକ ଅନଲୋଚିତ୍ ଅଧ୍ୟାୟ। ଏହି ଚୁକ୍ତି ଅନୁସାରେ ଦଳିତ ମାନଙ୍କ ପାଇଁ ଉଦ୍ଦିସ୍ତ୍ ଆସନ ପ୍ରଥା ଉଠାଇ ଦିଅ ଯାଇ ବ୍ରିଟିଶ ସରକାର ସ୍ଥିର କରିଥିବା ୭୧ ଆସନ୍ ବଦଲ୍ ରେ ୧୪୮ ଆସନ୍ ସ୍ନରଖିତ୍ ରଖଗଲା ଦଳିତ ମାନଙ୍କ ପାଇଁ। ଆମ୍ବେଦ୍ କର ଥିଲେ ଜଣେ ଯୋଗ ଜନ୍ମା,ସମାଜ ସଂସ୍କାର କ୍,ଦଳିତ ମାନଙ୍କ ତ୍ରନକର୍ତ୍ତା,ଭାରତ ବର୍ଷ ସର୍ବୋଚ୍ଚ୍ ବେସାମରିକ୍ ସମ୍ମାନ ” ଭାରତ ରତ୍ନ ” ର ଅଧିକାରି ,ନାରୀ ଅଧିକାରୀ ଓ ସୁରକ୍ଷା ତଥା ନାରୀ ର ସ୍ୱାଧୀନତା ପାଇଁ ଲଢ଼ି ଥିବା ବ୍ୟକ୍ତି ବିଶେଷ।ସେ ଥିଲେ ଭାରତ ବର୍ଷ ର ସମ୍ବିଧାନ ର ପ୍ରନେତା। ଏଇ ଭଳିଆ ବ୍ୟକ୍ତି ଙ୍କର ଯେତେ ଗୁଣ ଗନ୍ନ୍ କଲେ ବି କମ ହେବ। କେହି କେହି ତାଙ୍କୁ ଭାରତ ର ଇବ୍ରହିମ୍ ଲିଙ୍କନ୍ କହନ୍ତି।