Odisha news

ହାଇଓ୍ବାକୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର

0

ବୁଗୁଡ଼ା : ତା ୦୮/୦୪/୨୨ :  ବୁଗୁଡ଼ା ସହର ଉପକଣ୍ଠସ୍ଥ ହିରୋ ସୋରୁମ୍ ସମ୍ମୁଖ ରାସ୍ତା କଡରେ ରହିଥିବା ଏକ ହାଇଓ୍ବାକୁ ଧକ୍କା ଦେଇ ବାଇକ୍ ଚାଳକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି  ।  ଗୁରୁତର ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ହରିଶରଣପୁର ଗ୍ରାମର ପବିତ୍ର ଡାକୁଆ  । ଘଟଣାରୁ ପ୍ରକାଶ ଯେ , ଗତ ଶୁକ୍ରବାର ରାତିରେ ପବିତ୍ର ବିରଞ୍ଚିପୁର ଗାଁରୁ ବୁଗୁଡ଼ାକୁ ବାଇକରେ ଦୁଇ ଜଣଙ୍କୁ ବସାଇ ଫେରୁଥିବା ବେଳେ ଅସାବଧାନତା ହେତୁ ରାସ୍ତା କଡରେ ରହିଥିବା ଏକ ହାଇଓ୍ବାକୁ ଧକ୍କା ଦେଇଥିଲା । ସେ ସେଠାରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ବେଳେ ଖବର ପାଇ ଦମକଳବାହିନୀ ପହଞ୍ଚି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ  । ପବିତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଲାଗି ଡାକ୍ତର  ପରାମର୍ଶ ଦେଇଥିଲେ ।

Leave A Reply