panchpidha : କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଭାବେ ସ୍ଵରୁପ କୁମାର ପରିଜା ଆଜି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ସୂଚନା ନିର୍ବାଚନ ଅଧିକାରୀ ତଥା ତହସିଲଦାର ସ୍ମୃତି ରଞ୍ଜନ ସାହୁ ଦେଇଛନ୍ତି। ଆଜି ସକାଳେ ସେ ଏହି ପଦ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ନାମାଙ୍କନ ପତ୍ର ପ୍ରସ୍ତାବକ ଭାବେ ବରିଷ୍ଠ ନେତା ବିବେକାନନ୍ଦ ଦାସ ଥିବା ବେଳେ ଅନୁମୋଦନ ବିଶ୍ୱଜିତ ଚୈ|ଧୁରୀ ରହିଥିଲେ।ଏହି ପଦ ପାଇଁ ଆଉ କୈାଣସି ନାମାଙ୍କନ ପତ୍ର ଦାଖଲ ନହେବାରୁ ନିର୍ବାଚନ ଅଧିକାରୀ ସ୍ଵରୁପ କୁମାର ପରିଜାଙ୍କୁ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ପରିଜା ସହରରେ ଥିବା ଜଳାଶୟ ଗୁଡିକର ଉଦ୍ଧାର ଓ ସ୍ୱଚ୍ଛତା,ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସୁଧାରର ପ୍ରାରମ୍ଭିକ ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ନିର୍ବାଚନରେ ସେ ୬ ନମ୍ବର ୱଡରୁ ବିଜେଡ଼ି ପ୍ରାର୍ଥୀ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ତଥା ପୁର୍ବତନ ନଗରପାଳ ଭୁବନ ବିହାରୀ ସାହୁଙ୍କୁ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ।ସେ ପୁର୍ବରୁ ମଧ୍ୟ ସେହି ୱଡରୁ କାଉନସିଲର ଭାବେ ନିର୍ବାଚିତ ହୋଇ ୱଡ ବାସୀଙ୍କ ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ ସମ୍ପନ୍ନ କରିଥିଲେ।ସେ ନିର୍ବାଚିତ ହେବା ପରେ ଅଧକ୍ଷା ଶ୍ରୀମତି ପପି ପୃଷ୍ଟି ବୟସରେ କନିଷ୍ଠ ଥିବାରୁ ତାଙ୍କଠାରୁ ସମସ୍ତ ପ୍ରକାର ସହଯୋଗ କାମନା କରିବା ସହ ଆଗାମୀ ସମୟରେ ମିଳିମିଶି କରଞ୍ଜିଆ ନଗର ବାସୀଙ୍କ ପାଇଁ କାର୍ଯ୍ୟ କରିବେ ଏବଂ କରଞ୍ଜିଆ ନଗରକୁ ସରସ ସୁନ୍ଦର କରିବା ପାଇଁ ବୋଲି ପ୍ରତିଶ୍ରୁତି ଦେଇଥିଲେ
