ତାଳଚେର ତା ୦୩/୦୪ ତାଳଚେର ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲ୍କୁ ସରାକରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବୀରେ ଆଜି ରବିବାର ପୂର୍ବାହ୍ନରେ ତାଳଚେର ମେଡିକାଲ୍ କଲେଜ୍ ସମ୍ମୁଖରେ ତାଳଚେର ପରିବେଶ ସୁରକ୍ଷା ସମିତି ଆହ୍ୱାନରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ସମିତିର ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ତାଳଚେର ଉପଖଣ୍ଡର ବିଭିନ୍ନ ସଂଗଠନ, ଅନୁଷ୍ଠାନ, ଗ୍ରାମ କମିଟି ସଭାପତି, ସଂପାଦକ, ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଆଲୋଚନାରେ ଅଂଶ ଗ୍ରହଣ କରି ମତାମତ ଦେଇଥିଲେ । ତାଳଚେର ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲ୍କୁ ସରକାରୀ ପରିଚାଳନାରେ ଅବିଳମ୍ବେ କାର୍ଯ୍ୟକାରୀ କରିବା ଦାବୀରେ ଦୀର୍ଘ ସ୍ଥାୟୀ ଶକ୍ତିଶାଳୀ ଗଣଆନ୍ଦୋଳନ ସଂଗଠିତ କରିବା ଉଦ୍ଦେଶ୍ୟରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଥିଲା ।
ଏହି କ୍ର୍ରିୟାନୁଷ୍ଠାନ କମିଟିର ସୁପରିଚାଳନା ଓ ସଂଯୋଜନା ନିମନ୍ତେ ପଦ୍ମ ଚରଣ ସାମଲ, ସନ୍ତୋଷ ସାହୁ, ଦିଗାମ୍ବର ଗଡନାୟକ, କେଶବ ଭୂତିଆ, ଭୁପେନ୍ ଥମ୍ବ, ବିନୋଦ ଲାଲ୍, ଭଗବାନ ପ୍ରଧାନ, ସରୋଜ ଧର, ଗିତିଶ ପ୍ରଧାନ, ବିଭୁତି ସାହୁ, ସୁନୀଲ s, ରଣଜିତ ମହାପାତ୍ର, ଉର୍ମିଳା ଦେହୁରୀ, ମାନସୀ ସ୍ୱାଇଁ, ସରୋଜୀନୀ ବେହେରା, ଜେମାମଣି ନାଏକ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ତିଳକ ଭୂଷଣ ନାଏକ, ବାଉରୀବନ୍ଧୁ ବେଜ୍, ପ୍ରଫୁଲ ନାୟକ, ଅଭୟ ପାଣି, କୁମର ସାହୁ, ବିଭୁତି ବିଶ୍ୱାଳ, ପ୍ରେମାନନ୍ଦ ମହାନ୍ତି, ଦ୍ରୁମଦ ପ୍ରଧାନ, ଜୟସେନ୍ ମେହେରଙ୍କୁ ନେଇ ଏକ ଆବାହକ ମଣ୍ଡଳୀ ମନୋନୀତ କରାଯାଇଅଛି । ତାଳଚେର ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲ୍କୁ ଅବିଳମ୍ବେ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବୀରେ ଆସନ୍ତା ୨୯ ଏପ୍ରିଲ୍ ୨୦୨୨ ରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ସଂଗଠିତ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ଗଣଧାରଣାରେ ତାଳଚେର ଉପଖଣ୍ଡର ଜନସାଧାରଣ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ଯଦି ଯଥାଶୀଘ୍ର ସରକାର ଏହି ମେଡିକାଲ୍ କଲେଜ୍ କୁ ସରକାରୀ ମେଡିକାଲ୍ କଲେଜ୍ କରି ଶୀଘ୍ର କାର୍ଯ୍ୟକ୍ଷମ ନକଲେ ଆଗାମୀ ଦିନରେ ତାଳଚେରରେ ତୀବ୍ରତର ଆନ୍ଦୋଳନ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।
