ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡରେ ଗତ ଏକ ମାସ ଧରି ଚାଲିଥିବା ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ମାସ ଗତ କଲି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ସମସ୍ତ ଶ୍ରେଣୀର କର୍ମଚାରୀ ଓ ଅଧିକାରୀ ଅତ୍ୟନ୍ତ ଉତ୍ସାହରେ ସହ ଅଂଶଗ୍ରହଣ କରିଥିଲେ ଯାହା ପରିଚାଳନା କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରତି ଥିବା ଅଙ୍ଗିକାରବଦ୍ଧତାର ଏହା ସୂଚକ ଥିଲା l ଗୁରୁବାର ପୂର୍ବାହ୍ନରେ ଡାଲମିଆ ସିମେଣ୍ଟ ଅଡିଟୋରିୟମରେ ଆୟୋଜିତ ଉଦଯାପନୀ ଉତ୍ସବରେ ରାଉରକେଲାରେ ଅବସ୍ଥାପିତ ସହକାରୀ ନିର୍ଦ୍ଦେଶକ (କାରଖାନା ଏବଂ ବାଷ୍ପୀୟ) ବିଭୁ ପ୍ରସାଦ ଓ ଉପ ନିର୍ଦ୍ଦେଶକ (କାରଖାନା ଏବଂ ବାଷ୍ପୀୟ) ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଡିସିବିଏଲ୍, କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ, ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଶ୍ରୀ ବିଭୁ ପ୍ରସାଦ ଉପସ୍ଥିତ ଶ୍ରମିକ ଏବଂ ଅଧିକାରୀମାନଙ୍କୁ ଦୁର୍ଘଟଣା ବିନା ଉତ୍ପାଦନ ଉପରେ ଗୁରୁତ୍ୱରୋପ କରିଥିଲେ l
କାରଖାନା ମୁଖ୍ୟ ଶ୍ରୀ ଚେତନ ଶ୍ରୀବାସ୍ତବ କହିଥିଲେ କମ୍ପାନୀ ନିଜର କର୍ମଚାରୀମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି l କାରଖାନାକୁ ଦ୍ୱର୍ଘଟଣାମୁକ୍ତ କରିବା ପାଇଁ ସମସ୍ତ କର୍ମଚାରୀ ଶପଥ ନେବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ l ଏହି ଅବସରରେ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷା ବିଧି ଉପରେ ତିନଟି ନାଟକ ଓ ଛୋଟ ଭିଡ଼ିଓ ମଧ୍ୟ ପରିବେଷଣ କରାଯାଇଥିଲା l ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ବଳରାମ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଞ୍ଜିନିଅରିଙ୍ଗ୍ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଅରବିନ୍ଦ ସିଂ ମାସିକ ସୁରକ୍ଷା ବିବରଣୀ ପାଠ କରିଥିଲେ l ସୁରକ୍ଷା ମାସ ପାଳନ ସମୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜୟୀଙ୍କ ଉଦଯାପନୀ ସମାରୋହରେ ପୁରସ୍କୃତ କରାଯାଇଥିଲା l ଶ୍ରୀ ଉମାକାନ୍ତ ସାମନ୍ତରାୟ ଏହି ଉପଲକ୍ଷ ସୁରକ୍ଷା ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ l କାରଖାନା ମଧ୍ୟରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ ଏବଂ ଦୁର୍ଘଟଣା ଏଡ଼ାଯିବ ସେ ସମ୍ପର୍କରେ ବିଭିନ୍ନ ତଥ୍ୟ ଜଣାଇଥିଲେ l ୟୁଟିଲିଟୀ ବିଭାଗର ପ୍ରବନ୍ଧକ ଶ୍ରୀ କୁମାର ମିଶ୍ର ଏହି ସଭାକୁ ପରିଚାଳନା କରିଥିଲେ l କମ୍ପାନୀର ଆଡମିନ, ଇଷ୍ଟେଟ, ସୁରକ୍ଷା ଏବଂ ଦମକଳ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l