Odisha news

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରମୋଦ ସାୱନ୍ତ

0

ନୂଆଦିଲ୍ଲୀ: ୩ଥର ବିଧାୟକ ହୋଇଥିବା ପ୍ରମୋଦ ସାୱନ୍ତ ଆଜି କ୍ରମାଗତ ଦ୍ବିତୀୟ ପାଳିରେ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ‘ଭାରତୀୟ ଜନତା ପାର୍ଟି’ର ଅନ୍ୟ ନେତାମାନେ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।

ରାଜ୍ୟ ରାଜଧାନୀ ପାନାଜି ନିକଟ ‘ଡକ୍ଟର୍‌ ଶ୍ୟାମପ୍ରସାଦ ମୁଖାର୍ଜୀ ଷ୍ଟାଡିୟମ୍‌’ରେ ଆୟୋଜିତ ଉତ୍ସବରେ ଗୋଆର ରାଜ୍ୟପାଳ ପି.ଏସ୍‌. ଶ୍ରୀଧରନ୍‌ ପିଲ୍ଲାଇ ସାୱନ୍ତ୍‌ଙ୍କୁ ଶପଥ ପାଠ କରାଇଥିଲେ।

ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର୍‌, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ଭଳି ନେତାମାନେ ଯୋଗ ଦେଇଥିଲେ।

 

ଉଲ୍ଲେଖଯୋଗ୍ୟ, ଏହାକୁ ମିଶାଇ ଦ୍ବିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ରାଜଭବନ ପରିସର ବାହାରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ୨୦୧୨ରେ ପାନାଜିର କାମ୍ପାଲ୍‌ ଗ୍ରାଉଣ୍ଡ୍‌ରେ ମନୋହର୍‌ ପାରିକର୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

୪୮ ବର୍ଷିୟ ପ୍ରମୋଦ ସାୱନ୍ତ ହେଉଛନ୍ତି ଜଣେ ଆୟୁର୍ବେଦ ଡାକ୍ତର ଏବଂ ଉତ୍ତର ଗୋଆ ଜିଲ୍ଲାର ଶଙ୍ଖଲିମ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ୩ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ୨୦୧୭ରେ ମନୋହର ପାରିକରଙ୍କ ନେତୃତ୍ବରେ ଗଠିତ ‘ବିଜେପି’ ସରକାରରେ ବିଧାନସଭାରେ ବାଚସ୍ପତି ହୋଇଥିଲେ। ୨୦୧୯ ମାର୍ଚରେ ମନୋହର ପାରିକରଙ୍କ ମୃତ୍ୟୁ ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Nalco
Leave A Reply