ପାରାଦୀପ୍ – ସରିଛି ପୌରପରିଷଦ ନିର୍ବାଚନ | ବନ୍ଦର ନଗରୀ ରେ ଆଜି 62.20 % ମତଦାନ ହୋଇଥିବା ଜଣାପଡିଛି | ମୋଟ 42116 ଜଣ ମତଦାତା ଙ୍କ ନିମନ୍ତେ 46 ଟି ମତଦାନକେନ୍ଦ୍ର କରାଯାଇଥିବା ବେଳେ 4 ଅଧ୍ୟକ୍ଷ୍ୟ ଓ 64 ପାରିଷଦ ଙ୍କ ନିମନ୍ତେ ଭୋଟ କରାଯାଉଥିଲା | ଭୋଟ ଶେଷ ବେଳକୁ 14423 ପୁରୁଷ ଭୋଟର ଓ 11458 ଜଣ ମହିଳା ଭୋଟର ଓ 5 ଜଣ ତୃତୀୟ ଲିଙ୍ଗ ଭୋଟର ସମୁଦାୟ 25886 ଜଣ ଭୋଟର ଭୋଟ ଦାନ କରିଥିଲେ | ଶାନ୍ତି ଶୃଙ୍ଖଳାର ସହିତ ଭୋଟ ସାରିଥିବା ବେଳେ ପାରାଦୀପ୍ ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଇଭିଏମ୍ କୁ ରଖାଗଲା | ବ୍ୟାପକ ପୋଲିସ ସୁରକ୍ଷା ଭିତରେ ଏହି ସବୁ କାର୍ଯ୍ୟ ସାରିଥିବା ବେଳେ ଆସନ୍ତା 26 ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି |