ବୁଗୁଡ଼ା : ତା ୨୧/୦୩/୨୨ : ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ସ୍ଥାନୀୟ ବଡଦାଣ୍ଡରେ ବିଜେଡିର ମିଶ୍ରଣ ପର୍ବ ଓ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଅବସରରେ ରବି ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଗୁଡ଼ା ଏନଏସିର ବିଭିନ୍ନ ଓ୍ବାର୍ଡର ଅନେକ ରାଜନୈତିକ କର୍ମୀ ବିଜୁ ଜନତା ଦଳରେ ମିଶିଥିଲା ବେଳେ ଦଳ ପକ୍ଷରୁ ସେମାନଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସାଦର ସ୍ବାଗତ କରାଯାଇଥିଲା ।
ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଏନ୍ଏସି ଅଧ୍ଯକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ , ଯୁବ ନେତା ମାନସ ରଞ୍ଜନ ପ୍ରଧାନ , ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା ପ୍ରମୁଖ ଯୋଗଦେଇ ବିଜେଡିର ଏନ୍ଏସି ଅଧ୍ଯକ୍ଷ ପ୍ରାର୍ଥୀ ଏବଂ ସମସ୍ତ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ ।