Odisha news

ପୌରନିର୍ବାଚନ ନିମନ୍ତେ ବିଜେପିର ନିର୍ବାଚନୀ ଇସ୍ତାହାର

0

ତା ୨୧/୩/୨୨ ଆଠଗଡ଼ ପୌର ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ସେତେ ସରଗରମ ହେଉଛି, ଏହି ପରିପ୍ରେକ୍ଷୀରେ ଆଠଗଡ଼ ଏନ୍ ଏସି ରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି, ଆଠଗଡ଼ ବିଜେପି ପକ୍ଷରୁ ଏନ ଏସି ନିର୍ବାଚନ କୁ ଦୃଷ୍ଟିରେ ରଖି ଏକ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି, ସ୍ଥାନିୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନତା ପାର୍ଟିର କଟକ  ରାମନାରାୟଣ ମହାନ୍ତି , ବିଜେପି ନେତା ବ୍ରଜେନ୍ଦ୍ର ରାଏ, ଆଠଗଡ଼ ବିଜେପି ସମର୍ଥିତ ଚେୟାର ମ୍ୟାନ ପ୍ରାର୍ଥୀ ସୁଶ୍ରୀ ଇଲା ପଣ୍ଡା ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ରହି ଚଳିତ ନିର୍ବାଚନରେ ଦଳିୟ ପାର୍ଥି ମାନଙ୍କୁ ବିଜୟୀ କଲେ ସହରରେ ଥିବା ମୁଖ୍ୟତଃ ୨୯  ଟି ସମସ୍ୟାର ସମାଧାନ କରାଯିବ ବୋଲି ଏହି ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି, ଆଠଗଡ଼ ନଗରରେ ଚାଳଛପର ଘର ରହିବ ନାହିଁ,ପରିମଳ ବ୍ୟବସ୍ଥାକୁ ସୃଦୃଢ଼ କରିବା, ସହରରେ ଉଜ୍ବଳ ଆଲୋକିକରଣ କରାଯିବ, ସମସ୍ତ ସାହିରେ ଡ୍ରେନଜ୍ ବ୍ୟବସ୍ଥା କରାଯିବ, ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ବଜାର ରେ ପାର୍କିଂ ପାଇଁ ବ୍ୟବସ୍ଥା, ଆଠଗଡ଼ ରେ ଥିବା ସମସ୍ତ ପୋଖରୀ କୁ ସୌନ୍ଦର୍ଯ୍ୟ କରଣ କରାଯବ, ଭୂମିହୀନ ମାନଙ୍କୁ ଭୂମି ପ୍ରଦାନ, ସମସ୍ତ ଶ୍ମଶାନ କୁ ସୌନ୍ଦର୍ଯ୍ୟକରଣ, ଆଠଗଡ଼ ଟାଉନ କ୍ଲବ ପୁନରୁଦ୍ଧାର,୬୦ ବର୍ଷ ରୁ ଉର୍ଦ୍ଧ୍ବ ସମସ୍ତ ଜନସାଧାରଣ ବିଧବା ଓ ଦିବ୍ୟଙ୍ଗ ମାନଙ୍କୁ ଠିକ୍ ସମୟରେ ଭତା ପ୍ରଦାନ, ସମସ୍ତ ମନ୍ଦିର ମାନଙ୍କ ଆଲୋକିକରଣ, ଆଠଗଡ଼ ମହୋତ୍ସବ ପଡ଼ିଆ ର ସୌନ୍ଦଜ୍ୟ କରଣ ସହିତ ପୁନଃ ଆଠଗଡ଼ ମହୋତ୍ସବ ପାଳନ, ହୋଲ ଡିଂ ଟ୍ୟାକ୍ସ ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିବା, ପ୍ରତ୍ୟେକ ମାସରେ ମସା ତେଲ ସହ ମସା ଧୂଆଁ ବ୍ୟବସ୍ଥା କରାଯିବ, ଡାକ୍ତର ଖାନାରେ ସ୍ୱାସ୍ଥ୍ୟସେବା ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବୁ,ନୃତନ ଶିତଳ ଭଣ୍ଡାର ନିର୍ମାଣ,୧୮ ଗୋଟି ୱାଡ଼ ପାଠାଗାର ନିର୍ମାଣ, ବେକାରୀ ଯୁବକମାନଙ୍କୁ ନିଯୁକ୍ତି, ସମସ୍ତ ପରିବା ବେପାରୀ ମାନଙ୍କ ପାଇଁ ପିଣ୍ଡ , ସମସ୍ତ ସ୍କୁଲ୍ ମାନଙ୍କ ରେ ଶିକ୍ଷକ ମାନଙ୍କ ଅଭାବ ପୂରଣ କରିବା, ଏଗୁଡ଼ିକ ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଗଲା,

Leave A Reply