Odisha news

ବୁଢାକେନ୍ଦୁ ଜଙ୍ଗଲରେ ୧୧ ବଣୁଆ ହାତୀ

0

ଭଞ୍ଜନଗର– ୪ ଦିନ ପରେ ପୁଣି ଫେରିଲେ ବଣୁଆ ହାତୀପଲ । ଏବେ ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ର କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ଫରେଷ୍ଟ ସେକ୍ସନ ର ବୁଢାକେନ୍ଦୁ ଜଙ୍ଗଲରେ ରହିଛନ୍ତି ୧୧ ଟି ହାତୀ । ନିକଟସ୍ଥ ପଳାସପଲ୍ଲୀ ଗାଁ ନିକଟରେ ରହିଥିବା ବିଭାଗ ପକ୍ଷରୁ ଜଣାପଡିଛି । ହାତୀ ପଲରେ ୪ ଟି ଛୁଆହାତୀ ରହିଛନ୍ତି । ଫଳରେ ସ୍ଥାନୀୟ ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗତ ଦିନରେ ଦକ୍ଷିଣ ଘୁମୁସର ବନଖଣ୍ଡ ରୁ ଆସି ବୁଢାକେନ୍ଦୁ ଜଙ୍ଗଲରେ ରହିଥିଲେ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ପରିବା ଚାଷ ନଷ୍ଟ କରିଥିଲେ ହାତୀପଲ । ନିକଟସ୍ଥ ବଡବୋରସିଙ୍ଗି , ଗୁଣ୍ଠପଲ୍ଲବା ଗାଁ ଅଞ୍ଚଳର ବହୁ ଚାଷୀ ଙ୍କ ପରିବା ଚାଷ ନଷ୍ଟ କରିଦେଇଥିଲେ । ପରେପରେ ସେମାନେ ଦକ୍ଷିଣ ଘୁମୁସର ବନଖଣ୍ଡ କୁମାରଶୁଣି ଜଙ୍ଗଲକୁ ଚାଲିଯାଇଥିବା  ବେଳେ ଏବେ ପୁଣି , ବୁଢ଼ା କେନ୍ଦୁ ଜଙ୍ଗଲକୁ ଫେରିଛନ୍ତି । ସ୍ଥାନୀୟ ବନବିଭାଗ , ହାତୀପଲ ଉପରେ ନଜର ରଖି ପୋଟ୍ରୋଲିଂ ଜାରି ରଖିଥିବାବେଳେ , ଲୋକଙ୍କୁ ହାତୀପଲ ନିକଟରୁ ସତର୍କ ରହିବାପାଇଁ ସଚେତନ କରାଉଛି । ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବେଳେ ବେଳେ ବିଦ୍ୟୁତ ସରବରାହ ବନ୍ଦ ରହୁଛି ।

Leave A Reply