ବେଲଗୁଣ୍ଠା, 11/03, ବେଲଗୁଣ୍ଠା ବ୍ଳକ୍ ର 18 ଟି ପଂଚାୟତରେ ଆଜି ନବ ନିର୍ବାଚିତ ସରପଞ୍ଚ ଦାୟିତ୍ୱ ଗ୍ରହଣ କରିଥିବା ବେଳେ 17 ଟି ପଂଚାୟତରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଛନ୍ତି I କୋରମ୍ ଅଭାବରୁ ବଡ଼ବୋର୍ସିଂ ପଂଚାୟତର ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ ରଖାଯାଇଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ ସମୟରେ ଏଠାରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି I ଆଜି ଗୋବରା ପଂଚାୟତରେ ପୂର୍ବତନ ସରପଞ୍ଚ ଇନ୍ଦିରା ବାଇ ରାଜୁ ନବ ନିର୍ବାଚିତ ସରପଞ୍ଚ ସୁପ୍ରଭା ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ I
ଏହି କାର୍ଯ୍ୟକ୍ରମରେ ଗ୍ରାମ ସେବକ ସୁବାଷ ଚନ୍ଦ୍ର ଦଳବେହେରା ଉପସ୍ଥିତ ଥିବା ବେଳେ ପ୍ରିୟବ୍ରତ ଦଣ୍ଡପାଟ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିଲେ I ଏହି ପଂଚାୟତରେ 11 ନମ୍ବର୍ ୱାର୍ଡସଭ୍ୟ କାର୍ତ୍ତିକ ପ୍ରଧାନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନାଏବ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ I ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ,ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ କୁମାର ପାତ୍ର, ସରପଞ୍ଚ ପ୍ରତିନିଧି ସରୋଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ଆମ୍ବପୁଆ ପଂଚାୟତରେ ସରପଞ୍ଚ ନଳିନୀ ବେହେରା ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଶିବ ଶଙ୍କର ସେଠୀ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ I ବଡ଼ବୋର୍ସିଂ ପଂଚାୟତରେ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ I
ସେହିପରି ସରପଞ୍ଚ ଭାବେ ବଙ୍କା ପଂଚାୟତରେ ଶୁଭଶ୍ରୀ ପରିଡ଼ା , ବେଣୀପଲ୍ଲୀ ପଂଚାୟତରେ ଦୂର୍ଗା ମାଧବ ନାୟକ, ଧୂମୂଛାଇ ପଞ୍ଚାୟତରେ ରଶ୍ମିତା ସ୍ଵାଇଁ, ଗାଙ୍ଗପୁର ପଞ୍ଚାୟତରେ ବାସନ୍ତୀ ଡାକୁଆ, ଇଙ୍ଗିନାଠି ପଂଚାୟତରେ ଶୁକଦେବ ସ୍ୱାଇଁ, ଖଇରପୁଟିରେ ସତ୍ୟବାନ ସ୍ୱାଇଁ, କ୍ଷତ୍ରୀୟବରପୁରରେ କମଳ କୁମାରୀ ପ୍ରଧାନ, ମଙ୍ଗଳପୁରରେ ଲୁସିରାଣୀ ନାୟକ, ନେଟଙ୍ଗାରେ ସୁପ୍ରଭା ଗୌଡ଼, ନୂଆଁଗାଁରେ ଅଚ୍ୟୁତାନନ୍ଦ ସାହୁ, ପାଇଲିପଡ଼ାରେ ଜୟରାମ ନାୟକ,ଶାସନରେ ଭଞ୍ଜନୀ ନାଇକ, ତନରଡାରେ ସସ୍ମିତା ପାଠୀ ଏବଂ ଉଢୁରାରେ ବିଷ୍ଣୁ ସେଠୀ ଦାୟିତ୍ୱ ଗ୍ରହଣ କରିଥିଲେ I ସେହିପରି ନାଏବ ସରପଞ୍ଚ ଭାବେ ବଙ୍କା ପଂଚାୟତରେ ଭୋଳାନାଥ ପୋଲେଇ , ବେଣୀପଲ୍ଲୀ ପଂଚାୟତରେ ପୁଷ୍ପାଞ୍ଜଳି ରାଉତ୍ , ଧୂମୂଛାଇ ପଞ୍ଚାୟତରେ କପିଳାସ ସ୍ଵାଇଁ, ଗାଙ୍ଗପୁର ପଞ୍ଚାୟତରେ ଦ୍ୱିତୀକୃଷ୍ଣ ବିଷୋୟୀ , ଇଙ୍ଗିନାଠି ପଂଚାୟତରେ ବିଷ୍ଣୁ ବାଡତ୍ଯା , ଖଇରପୁଟିରେ ସୁନିତା ସ୍ୱାଇଁ, କ୍ଷତ୍ରୀୟବରପୁରରେ ଭରତ ବିଷୋୟୀ , ମଙ୍ଗଳପୁରରେ ଭଗବାନ୍ ଖଟେଇ , ନେଟଙ୍ଗାରେ ସନାତନ ମହାନ୍ତି , ନୂଆଁଗାଁରେ କୁନି ଜେନା , ପାଇଲିପଡ଼ାରେ ଶଇଳ ମହାରଣା ,ଶାସନରେ ନର୍ମଦା ପରିଡ଼ା , ତନରଡାରେ ନାରାୟଣ ପୋଲେଇ ଏବଂ ଉଢୁରାରେ ସଜୀବ ନାଇକ ନିର୍ବାଚିତ ହୋଇଥିଲେ I