ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର ପାଇଁ ଖୋଜା ପଡ଼ିଲା ରକ୍ତ। ଏପଟେ ରକ୍ତ ଭଣ୍ଡାରରେ ଆବଶ୍ୟକ ପଡୁଥିବା ଗ୍ରୁପ୍ର ରକ୍ତ ମହଜୁଦ ନଥିଲା। ଡାକ୍ତରଙ୍କ କହିବା ମୁତାବକ ଏହି ଗରିବ ଓ ଅସହାୟ ରୋଗୀଙ୍କ ସମ୍ପର୍କୀୟ ରକ୍ତ ଯୋଗାଡ଼ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ବେ ବି ବିଫଳ ହେଲେ। ଶେଷରେ, ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି ସୂଚନା ଅନୁସାରେ, ତୁମୁଡ଼ିବନ୍ଧ ବ୍ଲକ୍ ସିର୍ଲା ପଂଚାୟତର ଜିସେୟ ପାଟମାଝୀଙ୍କ ପତ୍ନୀ ସସ୍ମିତା ମାଝୀ ପ୍ରସବ ପାଇଁ ବାଲିଗୁଡ଼ା ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
