Odisha news

ଆସନ୍ତୁ ଜାଣିବା ଆଜିର ରାଶିଫଳ

0

ମେଷ: ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ। ଅଫିସ କାମ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ।

ବୃଷ: ଆପଣଙ୍କ ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ଚାକିରି ଓ ବ୍ୟବସାୟରେ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କର୍ମୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ।

ମିଥୁନ: ଆପଣଙ୍କର ସମୟ ପିଲାମାନଙ୍କ ସହିତ ବିତିବ। କିଛି ସକାରାତ୍ମକ କରିବାକୁ ଭାବିବେ। ଯୋଜନା ପ୍ରସ୍ତୁତ କରି ପରିଶ୍ରମ କଲେ ଯାଇ ଲାଭ ପାଇବେ।

କର୍କଟ: ପରିବାରରେ କାହା ସହ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ସିଂହ: ପୁରୁଣା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। କାରବାରରେ ଅବରୋଧ ଦୂର ହୋଇଯିବ।

କନ୍ୟା: ଉତ୍ତମ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ମାନ ସମ୍ମାନ ବଢ଼ିବ। କ୍ଷୁଦ୍ର ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।

ତୁଳା: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।

ବିଛା: ଇଂଜିନିୟର ନିଜ ଅଭିଜ୍ଞତାର ପ୍ରୟୋଗ କଲେ ଯାଇ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପାରିବାରକ ଜୀବନ ସୁଖକର ହେବ।

ଧନୁ: କାମ ଆରମ୍ଭ ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ପରିବାରର ସହଯୋଗରେ କାମ ସଂପୂର୍ଣ୍ଣ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।

ମକର: ବନ୍ଧୁ ସହଯୋଗରେ ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ।

କୁମ୍ଭ: ବ୍ୟକ୍ତିଗତ ସମସ୍ୟା ସମାଧାନ ହେବ। କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଘର ଓ ଅଫିସ ପରିବେଶ ଶାନ୍ତିମୟ ରହିବ।

ମୀନ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ଆପଣଙ୍କ ଘରକୁ ଖୁସିର ଆଗମନ ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ।

Leave A Reply