କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ଅଭାବନୀୟ ଘଟଣା l ବୋମା ଫୁଟି ,ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି କାମାକ୍ଷାନଗର ପୋଲିସ । ସୂଚନା ଅନୁଯାୟୀ ,ମହୁଲପାଳ ଗାଁର ବାଲୁଙ୍କେଶ୍ବର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପାଖ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡି କରୁଥିବା ନେଇ ଗାଁ ପଂଚାୟତ ରେ ଅଭିଯୋଗ କରିଥିଲେ ଆସୁଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଫଇସଲା ମଧ୍ୟ କରାଯାଇଥିଲା କିନ୍ତୁ ଏଥିରେ ବାଲୁଙ୍କେଶ୍ୱର ଙ୍କ ମନ ମାନି ନ ଥିଲା । ଗତ କାଲି ଗାଁ ଠାକୁରାଣୀଙ୍କ ପୀଠରେ ନିୟମ କରିବାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ହେବା ଫଳରେ ରବିନାରାୟଣ ଓ ତାଙ୍କ ଦୁଇ ପୁଅ ଖଣ୍ଡା ବାଡ଼ି ଧରି ବାଲୁଙ୍କେଶ୍ୱର ଙ୍କ ପରିବାର ସନ୍ଧ୍ୟା ସମୟ ରେ ଆକ୍ରମଣ କରିଥିଲେ l ଏହା ଦେଖି ଗ୍ରାମବାସୀ ମାନେ ଦୁଇ ପରିବାର କୁ ବୁଝା ସୁଝା କରି ନିଜ ନିଜ ଘର କୁ ପଠାଇ ଦେଇଥିଲେ l ଏହା ପରେ ରାତି ପ୍ରାୟ ସାଢ଼େ ୧୦ ଟା ସମୟରେ ଗାଁ ରେ ସମସ୍ତେ ଶୋଇ ଯିବା ପରେ ରବିନାରାୟଣ ପେଣ୍ଠେଇ ଏବଂ ତାଙ୍କର ଦୁଇ ପୁଅ ବାଲୁଙ୍କେଶ୍ବରଙ୍କ ଘର ଉପରକୁ ୪ ଟି ବୋମା ପକେଇଥିଲେ । ଏଥିରେ ବାଲୁଙ୍କେଶ୍ବରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଘରର ଗ୍ରୀଲ ,କବାଟ ଭାଙ୍ଗିବା ସହ କୋଠା ଘରଟି ଭୁଶୁଡି ଯାଇଥିଲା। ଏ ନେଇ କାମାକ୍ଷାନଗର ପୋଲିସ ଖବର ପାଇବା ପରେ ରବି ନାରାୟଣ ପେଣ୍ଠେଇ ଓ ତାଙ୍କ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।