Odisha news

ଗରୀବ ପରିବାରର ମୃତ ଶିଶୁର ଶବକୁ କୋଟପାଡ଼ ପଠାଇବା ବ୍ୟବସ୍ଥା କଲେ ବ୍ରହ୍ମପୁର ଉପଜିଲ୍ଲାପାଳ

0
ବ୍ରହ୍ମପୁର- ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ନିଜର ମୃତ ଶିଶୁକୁ ଧରି ବସି ରହିଥିବା ଏକ ଗରୀବ ଦମ୍ପତ୍ତିଙ୍କୁ ନିଜ ଗ୍ରାମକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରାଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ   । ମଙ୍ଗଳବାର ଭୋର ସମୟରୁ ବ୍ରହ୍ମପୁର  ଏମ୍.କେ.ସି.ଜି ମେଡିକାଲ ପରିସରରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଳକର କୁସୁମି ପଞ୍ଚାୟତର ପୁରୁଣାକୁଣ୍ଡି  ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୂମିଆ ଏବଂ ପତ୍ନୀ ବିମଳା  ଙ୍କର ଏକ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ଘଟିଥିଲା  ।
ହେଲେ ଶବକୁ ନେଇ ନିଜ ଗ୍ରାମକୁ ଯିବା ପାଇଁ ଏହି ଗରୀବ ଅସହାୟ ପରିବାର ପାଖରେ ଅର୍ଥର ଅଭାବ ରହିଥିବା ଯୋଗୁଁ ମୃତ ଶିଶୁକୁ ଧରି ଅତ୍ୟନ୍ତ ଅସହାୟ ଭାବରେ ଦମ୍ପତ୍ତି ମେଡିକାଲ ପରିସରରେ ବସି ରହିଥିଲେ  । ଏହି ଖବର ସହରର କିଛି ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ଘଟଣା ସଂପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତିଭାଶନଙ୍କୁ ଅବଗତ କରାଯିବା ପରେ ଜିଲ୍ଲାପ୍ରଶାସନ ର ସହଯୋଗ କ୍ରମେ ଏକ ଆମ୍ୱୁଲାନ୍ସ ଯୋଗେ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା  । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ର ଶିଶୁ ରୋଗ ବିଭାଗ କୁ ଗତ ୧୨ ତାରିଖରେ ଶିଶୁଟିକୁ ଚିକିତ୍ସା ପାଇଁ ଅଣାଯାଇଥିଲା  । ହେଲେ ଶିଶୁଟିର ମୃତ୍ୟୁ ପରେ ଅସହାୟ ହୋଇ ପଡିଥିବା ପରିବାରକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହାୟତାକୁ କେବେ ବି ଭୁଲି ପାରିବେନି ବୋଲି  କହିଛନ୍ତି ପରିବାର ବର୍ଗ  ।
Leave A Reply