Odisha news

ବିଜେଡି ଦଖଲରେ ଦେଓଗାଁ ପଞ୍ଚାୟତ

0

ଘଷିପୁରା-ଘଷିପୁରା ବ୍ଲକର ଅତି ସମ୍ବେଦନଶୀଳ ଦେଓଗାଁ ପଞ୍ଚାୟତ ନିର୍ବାଚନ ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହାତୀଶିଳା ଗ୍ରାମ ର ସତ୍ୟ ସୁନ୍ଦର ଭୂୟାଁ (ବାପି) ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଦେଓଗାଁ ଗ୍ରାମର ସ୍ଵାଧୀନ ପ୍ରାର୍ଥୀ ପ୍ରକାଶ କୁମାର ବଳ ଙ୍କ ଠାରୁ ୫୬୧ଖଣ୍ଡଭୋଟପାଇଵିଜୟୀ ହୋଇଥିବା ବେଳେ ବିଜେଡି ସମର୍ଥିତ ପଞ୍ଚାୟତର ସମିତି ସଭ୍ୟ। ପ୍ରାର୍ଥୀନୀ କଳ୍ପନା ବଳ (ଡଲି ଅପା) ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀନୀ ଦୀପାଞ୍ଜଳୀ ଭୂୟାଁ ଙ୍କ ଠାରୁ ୮୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉକ୍ତ ବିଜୟକୁ ପଞ୍ଚାୟତର ଭୋଟରମାନଙ୍କୁ ଉଭୟ ପ୍ରାର୍ଥୀ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଘଷିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଏବଂ ଘଷିପୁରା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ଙ୍କସମେତ ଦେବପ୍ରିୟ ପାତ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply