Odisha news

୧୯ ନଂ ଜୋନରେ ବିଜେଡିର ପ୍ରଦୀପ୍ତ ଖଟୋ ଖଟୋଇ ଆଗୁଆ

0

ନିମାପଡା,୨୭ା୨ା :ଆଜି ନିମାପଡା ବ୍ଲକରେ ୨ୟ ଦିନ ଭୋଟ ଗଣିତି ଚାଲିଛି ।ଏହି ବ୍ଲକର ୧୯ ନଂ ଜିଲ୍ଲା ପରିଷଦ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ୍ତ କୁମାର ଖଟୋଇ ୮ମ ରାଉଣ୍ଡ ଗଣତି ସୁଦ୍ଧା ୩ହଜାର ୬୩୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ୮ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଶ୍ରୀ ଖଟୋଇ ୯ହଜାର ୬୨୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ କୁମାର ପଣ୍ଡା ୫ହଜାର ୯୮୮ ଖଣ୍ଡ ଭୋଟ ପାଇଛନ୍ତି ।ଉକ୍ତ ଜୋନର ୯ଟି ପଂଚାୟତ ମଧ୍ୟରୁ ଅନ୍ତୁଆର,ଅରିଷଣ୍ଡ,ବଡଶିରିବିଳା,ବାମନାଳ,ରେଂଚ ଶାସନ ଓ ସଲଙ୍ଗ ପଂଚାୟତରେ ବିଜେଡି ସମର୍ଥୀତ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ଧଳେଶ୍ୱର,ଧନୁଆଁ ଓ ଅଲଣ୍ଡା ପଂଚାୟତରେ ବିଜେପି ସମର୍ଥୀତ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡିଛି ।ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଭୋଟ ଗଣତି ଜାରି ରହିଛି ।

Leave A Reply