Odisha news

ନୟାଗଡ଼ ଭୋଟ ଗଣତି ଫଳାଫଳ : ୮ ଆସନରେ ବିଜେଡ଼ି ପ୍ରାର୍ଥୀ ବିଜୟୀ , ଆଗକୁ ସ୍ପଷ୍ଟ ହେବ ପ୍ରାର୍ଥୀଙ୍କ ସ୍ଥିତି

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟୟ ଭୋଟ ଗଣତିର ଫଳାଫଳରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ମିଳିଛି ବଡ଼ ସଫଳତା । ଏଥିରେ ୮ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜେଡ଼ି ପ୍ରାର୍ଥୀ ବିଜୟ ହାସଲ କରିଥିବା ସୂଚିତ ହୋଇଛି । ରବିବାର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ଜିଲ୍ଲା ପରିଷଦ ଜୋନ୍ ସମେତ ୫୮ ଗ୍ରାମପଞ୍ଚାୟତ ଓ ୮୮୭ ୱାର୍ଡରେ ଭୋଟ ଗଣତି ହୋଇଛି । ଏହାର ଫଳଫଳ ସୋମବାର ଜଣାପଡ଼ିବା ସୂଚନା ମିଳିଛି ।

ନୟାଗଡ଼ ଜିଲ୍ଲାରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳଫଳ ବିଜୁ ଜନତା ଦଳ ସପକ୍ଷରେ ଯାଇଛି । କଥିତ ଦଳ ଶତ ପ୍ରତିଶତ ସଫଳତାର ସହ ୮ରୁ ୮ଟି ଯାକ ଜିଲ୍ଲା ପରିଷଦ ଜୋନ୍ରେ ବିଜୟ ହାସଲ କରିଥିବା ସୂଚନା ମିଳିଛି । ଶନିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟୟ ଭୋଟ ଗଣତି ଫଳଫଳ ଅନୁଯାୟୀ ଓଡ଼ଗାଁ ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ବିଜେଡ଼ି ପ୍ରାର୍ଥୀ ଝିଲି ପ୍ରଧାନ ବିଜୟୀ ହୋଇଛନ୍ତି । ଖଣ୍ଡପଡ଼ା ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିର କ୍ରମାଗତ ୫ଥର ନିର୍ବାଚିତ ହୋଇ ଆସିଥିବା ବରିଷ୍ଠ ନେତା ରାମେଶ୍ୱର ଶତପଥୀ ପୁଣି ଥିରେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ରାମେଶ୍ୱର ବିଜୁ ଜନତା ଦଳରୁ ଲଗାତର ୬ଥର ପାଇଁ ଜିଲ୍ଲା ପରିଷଦ ସଦସ୍ୟ ରୂପେ ନିର୍ବାଚିତ ହୋଇ ଦଳ ପାଇଁ ଗୌରବ ଆଣିବା ସହିତ ଭୋଟରଙ୍କ ମଧ୍ୟରେ ତା’ଙ୍କ ପ୍ରତି ରହିଥିବା ଅକୁଣ୍ଠ ସମର୍ଥନ ଓ ଗ୍ରହଣୀୟତା ପ୍ରମାଣିତ କରିଛନ୍ତି ।
ଅନ୍ୟପକ୍ଷେ, ଗଣିଆଁ ବ୍ଲକ ୮ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ବିଜେଡ଼ିର ନରେଶ ବେହେରା, ୯ନମ୍ବର ଦଶପଲ୍ଲା ଜୋନ୍ରୁ ଦଳର ହରିଶ୍ଚନ୍ଦ୍ର ଜାନି ଏବଂ ନୟାଗଡ଼ ବ୍ଲକ ୧୨ ନମ୍ବର ଜୋନ୍ ରେ ସୁବାଷ ଚନ୍ଦ୍ର କଅଁର ବିଜେଡ଼ିରୁ ବିଜୟ ହାସଲ କରିଛନ୍ତି । ସେହିଭଳି ନୂଆଗାଁ ବ୍ଲକ ୧୬ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଯସ୍ମିନ୍ ଦାସ, ଭାପୁର ୧୮ ନମ୍ବର ଜୋନରୁ ଧର୍ମେନ୍ଦ୍ର କୁମାର ଧଳ ଏବଂ ରଣପୁର ୨୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ରୁ ବିଜୁ ଜନତା ଦଳ ପ୍ରାର୍ଥୀ ରଜନୀରାଣୀ ପଟ୍ଟନାୟକ ଭୋଟରଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ଜଣାପଡ଼ିଛି ।

ରବିବାର ଜିଲ୍ଲାର ୭ ଜିଲ୍ଲା ପରିଷଦ ଜୋନ୍, ୫୮ ଗ୍ରାମ ପଞ୍ଚାୟତ ଏବଂ ୮୮୭ ୱାର୍ଡରେ ଭୋଟ ଗଣତି ହୋଇଛି । ଏଥିରେ କାହା ସପକ୍ଷରେ ଭୋଟରଙ୍କ ଅଧିକ ମତ ରହିଛି ତାହା ଗଣତି ପରେ ସ୍ପଷ୍ଟ ହେବ । ଜିଲ୍ଲାରେ ମୋଟ ୨୪ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଶନି ଓ ରବିବାର ଦୁଇଟି ପର୍ଯ୍ୟାୟ ଭୋଟ ଗଣତିରେ ୧୫ ଟି ଜୋନ୍ ସମାପ୍ତ ହୋଇଛି । ବଳକା ୯ ଜିଲ୍ଲା ପରିଷଦ ଜୋନ୍ର ଭୋଟ ଗଣତି ସୋମବାର ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ଥିବା ନିର୍ବାଚନୀ ଫଳାଫଳକୁ ଲକ୍ଷ୍ୟ କଲେ ବିଜୁ ଜନତା ଦଳ ସପକ୍ଷରେ ଅଧିକ ଜନମତ ରହିଥିବା ବେଳେ ପ୍ରତି ଦ୍ୱନ୍ଦ୍ୱି ଦଳ ଭାବେ ଭାରତୀୟ ଜନତା ପାର୍ଟି ରହିଛି । କଂଗ୍ରେସ ପ୍ରଦର୍ଶନ ପ୍ରତିଦ୍ୱନ୍ଦ୍ୱିତା ତଳକୁ ଖସି ଯାଇଥିବା ଦେଖାଯାଇଛି ।

Leave A Reply