ଆଳି – ଆଜି ଆଳି ବ୍ଲକ ତରଫରୁ ଦିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଛି l ଜିଲ୍ଲାପରିଷଦ ସଦସ୍ୟ ଭାବେ ବିଜେଡି ପ୍ରାର୍ଥୀ ଭୀଷ୍ମ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଅଜୟ କୁମାର ଜେନା ଙ୍କ ଠାରୁ ୮୦୮୮ଭୋଟ ବ୍ୟବଧାନ ରେ ବିଜୟଲାଭ କରିଛନ୍ତି l ସହିରା ପଞ୍ଚାୟତ ରୁ ସରପଞ୍ଚ ଭାବେ ହେମନ୍ତ ମହାନ୍ତି ସମିତିସଭ୍ୟ ଭାବେ ଏକଲବ୍ୟ ପାତ୍ର।ସାନମଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ହେମଲତା ସେଠି ଓ ସମିତି ସଭ୍ୟ ଭାବେ ପ୍ରଣତି ପ୍ରୀତିପଦ୍ମା ମଲିକ l ନୂଆପଡ଼ା ଗ୍ରାମପଞ୍ଚାୟତ ରେ ସରପଞ୍ଚ ଭାବେ ଗୀତାଞ୍ଜଳି ବେହେରା ଓ ସମିତି ସଭ୍ଯ ଭାବେ ବବିତା ବେହେରା l ପଦନିପାଳ ଗ୍ରାମପଞ୍ଚାୟତ ରେ ସରପଞ୍ଚ ଭାବେ ବିକ୍ରମ ମଳିକ ଓ ସମିତି ସଭ୍ଯ ଭାବେ କାଞ୍ଚନ ବାଳା ମଳିକ l ଭୂଇଁପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ରେସ୍ମାରାଣୀ ମଳିକ ଓ ସମିତି ସଭ୍ୟ ଭାବେ ମୀନତି ସାମଲ l ବାଟିପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ବିଜୟା ଲଷ୍ମୀ ସାହୁ ଓ ସମିତି ସଭ୍ୟ ଭାବେ ପ୍ରକାଶ ଦାସ l କଳସପୁର ଗ୍ରାମପଂଚାୟତ ର ସରପଞ୍ଚ ଭାବେ ସୁଧୀର ଚନ୍ଦ୍ର ମଳିକ ଓ ସମିତି ସଭ୍ଯ ଭାବେ ବିକାଶ ଜେନା l ତଥା ନିଆଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ଅଶୋକ ମଲ୍ଲିକ ଓ ସମିତି ସଭ୍ୟ ଭାବେ ସନ୍ତୋଷ ପଢ଼ିଆରୀ ବିଜେତା ଘୋଷିତ ହୋଇଛନ୍ତି l