Odisha news

ବାସ୍ତୁ ଟିପ୍ସ : ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଏହି ସ୍ଥାନ ରେ ରଖନ୍ତୁ ବୁଦ୍ଧଦେବ ଙ୍କ ମୂର୍ତ୍ତି ମିଳିବ ଚମତ୍କାର ଲାଭ

0

ସବୁ ମଣିଷ ନିଜ ପରିବାରରେ ସୁଖଶାନ୍ତି କାମନା କରିଥାନ୍ତି । ଘରେ ସୁଖଶାନ୍ତି ପାଇଁ ପୂଜା ପାଠ,ହୋମ ଯଜ୍ଞ ଇତ୍ୟାଦି ଉପାୟ କରନ୍ତି । ଏହି ସବୁ ବ୍ୟତୀତ ବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ବାରା ଖୁବ୍ ଶୁଭ ହୋଇଥାଏ । ଏହା ଘରର ସୌନ୍ଦର୍ଯ୍ୟକୁ ବଢ଼ାଇବା ସହିତ ଜୀବନରେ ସଫଳତା ଭରିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ବ୍ୟକ୍ତିର ମନର ସ୍ଥିତି ସିଧା ସଳଖ ଭାବରେ ତାର ରହଣି ଉପରେ ପଡ଼ିଥାଏ ତେଣୁ ଆଜି ଆସନ୍ତୁ ଜାଣିବା ମାନସିକ ସ୍ଵାସ୍ଥ୍ୟ ସହିତ କେଉଁ ସ୍ଥାନରେ ଆମେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ କି ଲାଭ ପାଇବା ।

* ବାସ୍ତୁ ଅନୁସାରେ ଘରର ପ୍ରବେଶ ଦ୍ଵାରରେ ରକ୍ଷା ମୁଦ୍ରାରେ ବୁଦ୍ଧଙ୍କର ମୂର୍ତ୍ତି ସ୍ଥାପନା କରିବା ଶୁଭ ଅଟେ । ଏହାକୁ କେବେବି ସିଧା ସଳଖ ଭୂମି ଉପରେ ରଖିବା ଉଚିତ୍ ନୁହେଁ , ଯେକୌଣସି ଉଚ୍ଚ ସ୍ଥାନରେ ସ୍ଥାପନା କରିବା ଉଚିତ୍ ।

* ବାସ୍ତୁଶାସ୍ତ୍ର ଅନୁସାରେ ଡାହାଣ ପଟକୁ ନଇଁ ପଡ଼ିଥିବା ବୁଦ୍ଧଙ୍କର ପ୍ରତିମାଙ୍କୁ ବୈଠକ ଗୃହର ପଶ୍ଚିମ ଦିଗକୁ ମୁଖକରି ରଖନ୍ତୁ । ଏପରି ରଖିବା ଦ୍ବାରା ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

* ବାସ୍ତୁ ଅନୁସାରେ ନିଜ ବଗିଚାରେ ଧ୍ୟାନ ମୁଦ୍ରାର ବୁଦ୍ଧ ମୂର୍ତ୍ତି ସ୍ଥାପନ କରିବା ଆବଶ୍ୟକ । ଏହା ଦ୍ବାରା ବାତାବରଣ ଶାନ୍ତ ରହିବ ।

* ବାସ୍ତୁ ଅନୁସାରେ ନିଜ ପୂଜା ଗୃହରେ ମଧ୍ୟ ଧ୍ୟାନ ମୁଦ୍ରା ବୁଦ୍ଧ ମୂର୍ତ୍ତି ରଖି ପାରିବେ ।ଏହା ଦ୍ବାରା ଘରକୁ ସକାରାତ୍ମକ ଶକ୍ତି ଆସିବ। ପୂର୍ବ ଦିଗକୁ ବୁଦ୍ଧଙ୍କର ମୁହଁ ରହିବା ଆବଶ୍ୟକ ।

Leave A Reply