Odisha news

ଗଡ଼ବାନ୍ଧଗୋଡ଼ ଆଳତି। ଓ ନର୍ଦ୍ଦାଠାରେ ଦୃବୃତ୍ତଙ୍କ ବୁଥରେଓ ଦାଦାଗିରି

0
ଆନନ୍ଦପୁର ସ-ବ୍ୟୁ ଚଳଚ୍ଚିତ୍ର ପଞ୍ଚାୟତ ନିର୍ବାଚନରେ ପ୍ରଥମ ଦିନରେ ଘଷିପୁରା ବ୍ଲକର ନିର୍ବାଚନରେ କେତେ ଗୋଟି ବୁଥରେ କେତେକ ଅସାମାଜିକ ଯୁବକ ବିଜେଡି ଦଳକୁ ଭୋଟନଦେବା ପାଇଁ ବହୁତ ଭିତରକୁ ଜୋରଜବରଦସ୍ତ ପଶି ଭୋଟର ମାନଙ୍କୁ ଭୟଭିତ କରାଇବା ସହିତ ବିଜେଡି ନେତୃବୃନ୍ଦ ଓ କର୍ମୀମାନଙ୍କୁ ଧମକ ଦେଇଥିବା ଦେଖିବାକୁ ମିଳିଥିଲା ଗଡବାନ୍ଦଗୋଡା ବୁଥ୍ ରେ କେତେକ ଅସାମାଜିକ ଯୁବକ ଭୋଟରମାନଙ୍କୁ ଧମକ ଦେବା ସହିତ ଭୟଭୀତ କରାଉଥିଲେ। ଘଷିପୁରା ବିଧାୟକଙ୍କ ନିଜର ଗ୍ରାମରେ ଏଭଳି ଦେଖିବାକୁ ମିଳିଥିଲା। ରାଜ୍ୟ ଯୁବ ବିଜେଡି ଦଳର ନେତା ଙ୍କର  ଇଙ୍ଗିତରେ ଏଭଳି ଘଟଣା ହୋଇଥିବାର ବିଜେଡି କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ଘଟିବାର ପେ ବିଧାୟକ ବଦ୍ରିନାରାୟଣ ପାତ୍ର ବୁଥ୍ ରେ ଥିବା ସମସ୍ତ ଭୋଟରଙ୍କୁ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଅଛି ଭୋଟ ଦେବା ପାଇଁ ସମସ୍ତେ ନିର୍ଭୟରେ ଭୋଟ ଦିଅନ୍ତୁ।
ଅସାମାଜିକ ବ୍ୟକ୍ତିଙ୍କର ଧମକକୁ ପ୍ରତ୍ୟାଖ୍ୟାନ କରି ନିଜର ବ୍ୟକ୍ତିଗତ ମତ ସାବ୍ୟସ୍ତ କରିବାକୁ ଆଗେଇ ଯାନ୍ତୁ ସେହି ଭଳି ଗଡବାନ୍ଦଗୋଡା ପଞ୍ଚାୟତ ଅନ୍ତର୍ଗତ ନର୍ଦ୍ଦାବୁଥରେ କେତେକ ବ୍ୟକ୍ତି ବୁଥ୍ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରାଇ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ ଧମକ ଦେଇଥିବା ଦେଖାଯାଇଛି।ବୁଥରପ୍ରିଜାଇଡିଙ୍ଗ ଅଫିସର ଙ୍କ ସମ୍ମୁଖରେ ଏଭଳିବୁଥ୍ ରେଙ୍ଗିଙ୍ଗ୍ ଚାଲିଥିବା ଖବର ପାଇ ସାମ୍ବାଦିକ ମାନେ ଯାଇ  ପ୍ରିଜାଇଡିଙ୍ଗ ଅଫିସର ଙ୍କ ଠାରେ ଅଭିଯୋଗ କରିଥିଲେ। କିନ୍ତୁ କିଛି ଫଳ ମିଳିନଥିଲା।ବୁଥ୍ ରେ ରେଗିଙ୍ଗ୍ କରି ଭୋଟ ଦିଆଯିବା ଦେଖାଯାଇଥିଲା। ରାଜ୍ୟ ଯୁବ ବିଜେଡିର ନେତା ନିଜର କ୍ଷମତାକୁ ଅପବ୍ୟବହାର କରି ଘଷିପୁରା ବ୍ଲକକର  ଘଷିପୁରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡି ଦଳକୁ ଭାଗ ଭାଗ କରି ବ୍ୟାପକ ଅର୍ଥଦେଇ ହିଂସାକାଣ୍ଡ ଘଟାଇ ବିଜେଡି ପ୍ରାର୍ଥୀ ମାନଙ୍କୁ ହରାଇବାକୁ ଚେଷ୍ଟା ଚଳାଉଥିବା ବିଜେଡି ପ୍ରାର୍ଥୀ ମାନେ ଅଭିଯୋଗ କରିଛନ୍ତି।
Leave A Reply