Odisha news

ରିଲାଏନ୍ସ ଜୁଏଲ୍ସ ର ସ୍ପେଶିଆଲ୍ ଭାଲେଂଟାଇନ୍ କଲେକ୍‌ସନ ‘ଫ୍ଲୋରେଓ’

0

ଫେବୃୟାରୀ, ୧୦, ୨୦୨୨ : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ “ଫ୍ଲୋରେଓ” – ସ୍ୱତନ୍ତ୍ର ଭାଲେଂଟାଇନ୍ ଡେ କଲେକ୍‌ସନ ର ଶୁଭାରମ୍ଭ କରିଛି । ଏହା ପ୍ରେମରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଭଲ ପାଇବାର ସଂଜ୍ଞା ଧୀରେ ଧୀରେ ଦୃଢ଼ୀଭୂତ ହେଉଛି ଓ ଏହି ଅବସରରେ ରିଲାଏନ୍‌ସ ଜୁଏଲ୍‌ସ ଆକର୍ଷଣୀୟ ଡାଏମଣ୍ଡ ଜୁଏଲାରୀ କଲେକ୍‌ସନର ଆଧୁନିକ ଡିଜାଇନର ଶୁଭାରମ୍ଭ କରିଛି ।

ଏହି କଲେକ୍‌ସନରେ ଡିଜାଇନ ଗୁଡ଼ିକ ଗଛ ଓ ଫୁଲ ଦ୍ୱାରା ଅନୁପ୍ରେରିତ ଯାହା ଦିନ ପରେ ଦିନ ବୃଦ୍ଧି ହୋଇଥାଏ । ଯେପରି ଏକ ନୂତନ ଭାବରେ ଲଗା ଯାଇଥିବା ବୃକ୍ଷ ସମୟ କ୍ରମେ ଏକ ସୁନ୍ଦର ବୃକ୍ଷ ରେ ରୂପାନ୍ତରିତ ହୋଇଥାଏ ଯେପରି ପ୍ରେମ ମଧ୍ୟ ସମୟ କ୍ରମେ ଆହୁରି ଅଧିକ ମଜୁବତ୍ ହୋଇଥାଏ । ସମସ୍ତ ଭଲ ଜିନିଷ ଗୁଡ଼ିକ ସମୟ କ୍ରମେ ବିକଶିତ ହୋଇଥାନ୍ତି । ଏହି ସୁନ୍ଦର ଡାଏମଣ୍ଡର ପ୍ରତିଟି ପିସକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ପ୍ରେମର ଭାଷାକୁ ପରିବ୍ୟାପ୍ତ କରିଥାଏ ଓ ଆପଣଙ୍କର ପ୍ରେମର ସମ୍ପର୍କକୁ ଆହୁରି ଅଧିକ ଦୃଢ଼ୀଭୂତ କରେ ।

ଏହି ସ୍ୱତନ୍ତ୍ର କଲେକ୍‌ସନ “ଫ୍ଲୋରେଓ” ସମସାୟମିକ ରିଙ୍ଗ୍ ଓ ପେଣ୍ଡାଂଟରେ ରୋଜ୍ ଗୋଲ୍‌ଡ ଓ ୟେଲୋ ଗୋଲ୍‌ଡରେ ଉପଲବ୍ଧ ଯାହା ଟ. ୧୨୦୦୦ ରୁ ଆରମ୍ଭ ଅଟେ । ଏହା ପ୍ରେମ ଓ ସମ୍ପର୍କର ଏକ ଅତୁଳନୀୟ ନିଦର୍ଶନ ଯାହା ସମୟକ୍ରମେ ବୃଦ୍ଧି ହୋଇଥାଏ । ଏହା ବ୍ୟକ୍ତିଗତ ଜୁଏଲାରୀ କଲେକ୍‌ସନ ପାଇଁ ଅତ୍ୟନ୍ତ ଉତ୍କୃଷ୍ଟ ଅଟେ ଓ ଆପଣଙ୍କର ସ୍ନେହ ଏବଂ ଭଲ ପାଇବାକୁ ଆପଣଙ୍କ ପ୍ରିୟଜନଙ୍କ ନିକଟରେ ପରିପ୍ରକାଶ କରିଥାଏ ।

ନୂତନ କଲେକ୍‌ସନ ସହିତ ରିଲାଏନ୍‌ସ ଜୁଏଲ୍‌ସ ଏକ ସ୍ୱତନ୍ତ୍ର ଅଫର ଯାହାର ନାମ ହେଉଛି ‘ଡ୍ରିମ ଡାଏମଣ୍ଡ ସେଲ୍‌’ ଯାହା ଫେବୃୟାରୀ ୨୮ ପର୍ଯ୍ୟନ୍ତ ରହିଛି । ଏହି ଅଫର ମାଧ୍ୟମରେ ରିଲାଏନ୍‌ସ ଜୁଏଲ୍‌ସରେ ଡାଏମଣ୍ଡ ଉତ୍ପାଦର ଇନଭଏସ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି । ଗ୍ରାହକମାନେ ମଧ୍ୟ ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୫% ଛାଡ଼ ଉପଲବ୍ଧ କରିପାରିବେ ।

ଏହି ଆକର୍ଷଣୀୟ କଲେକ୍‌ସନ ସମସ୍ତ ରିଲାଏନ୍‌ସ ଜୁଏଲ୍‌ସର ଫ୍ଲାଗ୍‌ସିପ୍ ସୋରୁମରେ ସାରା ଦେଶରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଓ ଏହାର ବଛା ବଛା ସମ୍ଭାର ୱେବସାଇଟ୍ www.reliancejewels.com ରେ ଉପଲବ୍ଧ ହେବ ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଆମର ପ୍ରିୟ ଗ୍ରାହକମାନଙ୍କ ପାଇଁ ଆମେ ଏହି ପ୍ରେମର ସ୍ୱତନ୍ତ୍ର ଅବସର ପାଇଁ ନେଇ ଆସିଛୁ ଆମର ସର୍ବୋତ୍କୃଷ୍ଟ କଲେକ୍‌ସନ ‘ଫ୍ଲୋରେଓ’ । ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କୁ ସର୍ବଦା ଉନ୍ନତ ଉତ୍ପାଦ ପ୍ରଦାନ କରିବା । “ଗ୍ରୋ ଇନ୍ ଲଭ୍‌” ଦର୍ଶନ ସହିତ ଏହି ଡିଜାଇନ ଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଆମେ ଆଶା କରୁଛୁ ଏହି କଲେକ୍‌ସନ ମାଧ୍ୟମରେ ଆମର ଗ୍ରାହକମାନେ ତାଙ୍କର ପ୍ରିୟଜନଙ୍କ ସହିତ ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିପାରିବେ ।”

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ :

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଟପ୍ ୧୦ ବିଶ୍ୱସନୀୟ ରିଟେଲ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ । ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ । ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ । ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି ।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୨୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୨୫+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି ।  ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ । ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି । ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା  ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ । ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ । ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ । ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ । ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ । ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି । ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି । ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ ।

ପ୍ରତି କଲେକ୍‌ସନରେ ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି ।

Leave A Reply