Odisha news

ସଫ୍ଟୱେର ଇଞ୍ଜିନିୟରରୁ ସମିତି ସଭ୍ୟ ପ୍ରାର୍ଥୀ : ରାଜନୀତି ମଇଦାନରେ ଉଚଶିକ୍ଷିତ ବିଟେକ ଛାତ୍ର ” ଶ୍ୟାମ ରଞ୍ଜନ “

0

କୋଣାର୍କ:-୯/ ୨ ଚଳିତ ବର୍ଷ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କୁ ନେଇ ବିଭିନ୍ନ ପଂଚାୟତ ରେ  ଜୋର ଧରିବାରେ ଲାଗିଛି ରାଜନୀତିର ବାତାବରଣ।ପ୍ରଥମ ଥର  ପାଇଁ ଏହି ପଂଚାୟତ ନିର୍ବାଚନ ମଇଦାନରେ ଅନେକ ନୂଆ ମୁହଁ ସହ ବହୁ ଶିକ୍ଷିତ ଯୁବକ ଓ ଯୁବତୀ  ନିର୍ବାଚନ ଲଢ଼ିବା ପାଇଁ ଓଲ୍ହାଇ ଆସିଥିବା ଦେଖିବାକୁ ମିଳୁଛି।ଯାହା ଗଣତନ୍ତ୍ର ପାଇଁ ଏକ ଶୁଭ ସଂକେତ ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ଶିକ୍ଷିତ ପ୍ରାର୍ଥୀ ଏବେ ଦେଖିବାକୁ ମିଳିଛି କାକଟପୁର ନିର୍ବାଚନ ମଣ୍ଡଳୀ କୁରୁଜଙ୍ଗ ପଂଚାୟତ ରେ।କୁରୁଜଙ୍ଗ ପଂଚାୟତ ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ‘ଶ୍ୟାମ ରଞ୍ଜନ ମଲ୍ଲିକ” ସମିତି ସଭ୍ୟ ପ୍ରାର୍ଥୀ ପାଇଁ ରାଜନୀତି ର ପଶାପାଲି ଦୌଡ ରେ ସାମିଲ ହୋଇଛନ୍ତି।ଶିକ୍ଷାଗତ ଯୋଗ୍ୟତା ବିଟେକ ଇଞ୍ଜିନିୟର ଥିବା ବେଳେ ଏକ ପ୍ରତିଷ୍ଠିତ ସଫ୍ଟୱେର କମ୍ପାନୀ ରେ ଲକ୍ଷାଧିକ ଟଙ୍କାର ବେତନ ରେ କାର୍ଯ୍ୟରତ ଥିବା ବେଳେ ନିଜର ବୃତ୍ତି କୁ ଛାଡି ନିଜ ଗ୍ରାମ ର ସାଧାରଣ ଲୋକ ଙ୍କ ସେବା ପାଇଁ ରାଜନୀତି ମଇଦାନରେ ଏବେ ପ୍ରଚାର କରୁଛନ୍ତି ଶ୍ୟାମ।କୁରୁଜଙ୍ଗ ପଂଚାୟତ ନରଣପୁର ଗ୍ରାମ ର ଶ୍ୟାମ ରଞ୍ଜନ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ବେଳେ ପେଷା ରେ ଇଞ୍ଜିନିୟର ଥିବା ଶ୍ୟାମ ଙ୍କ ସାଧାରଣ ଲୋକ ମାନଙ୍କ ପାଇଁ ଏଭଳି ଭଲପାଇବା ଏବଂ ଲୋକଙ୍କ ପାଇଁ କିଛି କରି ଦେଖାଇବାର ମନବୃତ୍ତି ତାଙ୍କୁ ରାଜଧାନୀ ରୁ ଜନ୍ମ ମାଟି ଆଡ଼କୁ ଟାଣି ଆଣିଥିବା ଶ୍ୟାମ ପ୍ରକାଶ କରିଛନ୍ତି।ତେବେ ଚଳିତ ପଂଚାୟତ ନିର୍ବାଚନ ରେ ଶ୍ୟାମ ସମିତି ସଭ୍ୟ ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ମଇଦାନରେ ନଜର ଆସୁଥିବା ବେଳେ ନିଜର ଚିହ୍ନ ତାଲା ଚାବି ରେ ତାଙ୍କୁ ଭୋଟ ଦେଇ ଜିତାଇବା କୁ ସାଧାରଣ ଲୋକ ଙ୍କୁ ନିବେଦନ କରିଛନ୍ତି। ସେ କୁରୁଜଙ୍ଗ ପଂଚାୟତ ରେ ଏକ ବୈପ୍ଳବିକ ପରିବର୍ତନ କରିବା ସହ ସମଗ୍ର ପଂଚାୟତ କୁ ଏକ “ସ୍ମାର୍ଟ ପଂଚାୟତ” ଭାବେ ଗଡ଼ିତୋଳିବା ପାଇଁ ନିଜର ସ୍ୱପ୍ନ କୁ ସାକାର କରିବା ଲକ୍ଷ ନେଇ ସେ ଦିନ ରାତି ପଂଚାୟତବାସୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply