ହିନ୍ଦୋଳ ୦୯.୦୨ ହିନ୍ଦୋଳ ଥାନା ବlହlଲୁଣ୍ଡା ଓ ଭଗବାନପୁର ଗ୍ରାମର ମଧ୍ୟବର୍ତ୍ତୀ ସ୍ଥଳ ବଡ଼ଜୋରl ନାଳ ପୋଲ ବlଡାରେ ପିଟି ହୋଇ ଆଜି ଏକ ଟାଟା ଏସି ଦୁର୍ଘଟଣା ଗସ୍ତ ହେବା ସହ ପୋଲ ଉପରେ ଲେଉଟି ପଡି ଥିବା ଜଣା ପଡ଼ିଛି। ଏଥିରେ ଗାଡି ଚାଳକ ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଘଟଣାରୁ ଜଣା ଯାଇଛି ଯେ ଏକ ଟାଟା ଏସି ନଂ OR02BT 2068 କିଛି ମାଲ ବୋଝେଇ କରି ଭୁବନେଶ୍ୱରରୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ଆଜି ଦିନ ପ୍ରାୟ ୪ଟା ବେଳେ ଡ୍ରାଇଭର କୌଣସି ପ୍ରକାର ଭାରସାମ୍ୟ ହରାଇ ପୋଲ ବାଡ଼ରେ ଗାଡିଟିକୁ ପିଟି ଦେବାରୁ ଗାଡିର ସମ୍ମୁଖ ଭାଗ ଭାଙ୍ଗି ରୁଜି ଯିବା ସହ ଗlଡ଼ିଟି ପୋଲ ଉପରେ ଲେଉଟି ପଡି ଥିଲା। ଏଥିରେ ଗାଡି ଚାଳକ କୃଷ୍ଣଚନ୍ଦ୍ର ସାହୁ ଆହତ ହୋଇଥିଲେ। ଖବର ପାଇ ହିନ୍ଦୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚlଳକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାସୋଳ ଡାକ୍ତର ଖାନା ପଠାଇ ଦେଇ ଗାଡିଟିକୁ ଜବତ କରିଥିବା ଜଣାପଡ଼ିଛି।