ବେତନଟୀ : ଆଗାମୀ ପଞ୍ଚାୟତ ନିର୍ବାଚନ ଭୋଟ ଦାନ ପାଇଁ ଅଳ୍ପ ଦିନ ବାକି ଥିବା ବେଳେ ନିର୍ବାଚନ ମଇଦାନରେ ସମସ୍ତ ଦଳର ପ୍ରାର୍ଥୀ ମାନେ କୋଭିଡ କଟକଣା ମଧ୍ୟରେ ମାରାଥନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ବିଜେଡିର ଗଡ ଭାବେ ପରିଚିତ ସନ୍ତରା ପଞ୍ଚାୟତରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବିଜେଡିର ସବିତା ଦାସ ଏବଂ ବିଜେପିର ଅନୁପୂର୍ଣ୍ଣା ଦଣ୍ଡପାଟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ମୂଳକ ପରିସ୍ଥିତି ଉପୁଜିଥିବା ବୈଶିଙ୍ଗା ମିଡ଼ିଆ ସେଣ୍ଟାର ର ସର୍ଭେରୁ ଜଣାପଡିଛି। ମାତ୍ର ଜଣେ ଉଚ୍ଚ ଶିକ୍ଷିତା ମହିଳା ବିଟେକ ଇଞ୍ଜିନିୟରିଂ କରିଥିବା ଲକ୍ଷ୍ମୀ ପ୍ରୀୟା ହାଁସଦା ସରପଞ୍ଚ ପ୍ରାର୍ଥୀନୀ ଭାବେ କରୁଥିବା ବେଳେ ତାଙ୍କର ସ୍ୱାମୀ ଜଣେ ଇଲେକ୍ଟ୍ରୋନିକସ ରେ ବିଟେକ ଇଞ୍ଜିନିୟର ଅଟନ୍ତି । ସେଥି ପାଇଁ ତାଙ୍କ ସପକ୍ଷରେ ଜନମତ ଯିବ ବୋଲି ସେ ଆଶା ବାନ୍ଧିଛନ୍ତି। ସେହିପରି ସମିତି ସଭ୍ୟା ପ୍ରାର୍ଥିନୀ ସୁମତୀ ପୁଷ୍ଟି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାରୁ ବିଜେଡି ସମର୍ଥିତ ଭୋଟ ତାଙ୍କ ସପକ୍ଷରେ ଯାଇପାରେ ବୋଲି ରାଜନୀତିଜ୍ଞ ଙ୍କ ମତ। ଏହି ଦୁଇ ପ୍ରାର୍ଥିନୀଙ୍କ ମୂଖ୍ୟ ପ୍ରତିଦୂନ୍ଦୀ ଭାବେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ସରେନ ଏବଂ ସଭ୍ୟା ପ୍ରାର୍ଥୀନୀ ଦୁଲାରୀ ହେମ୍ବ୍ରମ୍ ପ୍ରତିଦ୍ଵନ୍ଦିତା କରୁଥିବାରୁ କଣ୍ଟେ କି ଟକ୍କର ହେବ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।