୩ ଓଡିଆ ନେତାଙ୍କୁ ଜାତୀୟ ସ୍ତରରେ ନିର୍ବାଚନ ଦାୟିତ୍ବ : କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ ଓ ବୈଜୟନ୍ତ ପଣ୍ଡା
ନୂଆଦିଲ୍ଲୀ/ଭୁବନେଶ୍ବର, ୦୪।୦୨- ନୂଆଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦ୍ମି ପାର୍ଟିର କେଜ୍ରିୱାଲ୍ ସରକାରଙ୍କ ନୂତନ ବିନାଶକାରୀ ମଦ ନୀତି ବିରୋଧରେ ଆଜି ବେଜେପି ପକ୍ଷରୁ ଏକ ବିଶାଳ ଭରଚୁଆଲ୍ ରାଲିର ଆୟୋଜନ କରାଯାଇଛି । ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ସହ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଆସାମ ଓ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ କେଜ୍ରିୱାଲ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । କେଜ୍ରିୱାଲ ସରକାରଙ୍କ ଦ୍ବାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ ଦେବାଳୟ ନିକଟରେ ଖୋଲା ଯାଇଥିବା ମଦ ଦୋକାନ ଗୁଡିକୁ ବନ୍ଦ କରିବାକୁ ଆହ୍ବାନ ଦେବା ସଙ୍ଗେସଙ୍ଗେ ନୂତନ ମଦ ନିତୀ ଯୋଗୁ ଧାର୍ମିକ ଭାବନା ଓ କୋମଳମତି ଛାତ୍ରଛାତ୍ରୀ ମାନେ ବିପଥଗାମୀ ହେବାର ସମ୍ଭାବନା ଅଛି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ବିଜେପିର କେନ୍ଦ୍ର ନେତୃତ୍ବ ଓଡିଶାର ୩ ବରିଷ୍ଠ ନେତାଙ୍କୁ ଜାତୀୟ ସ୍ତରର ନିର୍ବାଚନର ଗୁରୁଦାୟିତ୍ବ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ ଦେଇଥିବାବେଳେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ଦେଶର ସର୍ବବୃହତ ପୌରନିର୍ବାଚନ ଦିଲ୍ଲୀର ଦାୟିତ୍ବ ଦେଇଛନ୍ତି । ସେହିପରି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ରଙ୍କୁ ମଣିପୁର ନିର୍ବାଚନ ଦାୟିତ୍ବ କେନ୍ଦ୍ରସରକାରଙ୍କ ଓଡିଶାକୁ ଗୁରୁତ୍ବ ଅନ୍ୟଏକ ଉଦାହରଣ । ୩ ଓଡିଆ ନେତା ବିଭିନ୍ନ ପ୍ରଦେଶର ନିର୍ବାଚନ ଗୁରୁଦାୟିତ୍ବରେ ବ୍ୟସ୍ତ ଥିବାରୁ ଓଡିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ସିଧାସଳଖ ଯୋଗଦେଇନପାରି ଭରଚୁଆଲ୍ ବୈଠକ ମାଧ୍ୟମରେ ଦଳୀୟ ପ୍ରାର୍ଥି ଓ କର୍ମୀ ମାନଙ୍କୁ ଗରୁମନ୍ତ୍ର ଦେବା ସହିତ ନିୟମିତ ଭାବେ ଜିଲ୍ଲାର ଦଳୀୟ ପଦାଧିକାରୀ ମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀଯୁକ୍ତ ପଣ୍ଡା ଦିଲ୍ଲୀରେ ହେଇଥିବା ରାଲୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଙ୍କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ କେଜ୍ରିୱାଲ ସରକାରଙ୍କ ବିନାଶକାରୀ ମଦନୀତି ବିରୋଧରେ ବର୍ଷିଛନ୍ତି ।