ପାଟଳିପୁରା ସରପଞ୍ଚ ଓ ସମିତି ସଭ୍ୟା ପଦବୀ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ, ଜିଲ୍ଲା ପରିଷଦ ପାଇଁ ବିଜେପି ଦୁଇ ପାଦ ଆଗରେ
ବୈଶିଙ୍ଗା–୩/୨– ପାଟଳିପୁରା ଗ୍ରାମପଞ୍ଚାୟତ ରେ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ଏହି ପଞ୍ଚାୟତଟି ୩୬ନଂ ଜିଲ୍ଲା ପରିଷଦ ଜୋନ୍ ଅଧିନରେ ଥିବାରୁ ଗତ ଥର ବିଜେପି ଟିକେଟରେ ଜିତିଥିବା ସଭ୍ୟ ବ୍ରଜମୋହନ ବେହେରା ଙ୍କ ପାଇଁ ବିଜେପି ସଙ୍ଗଠନ ମଜବୁତ ରହିଥିଲା। ସେଥିପାଇଁ ଚଳିତ ନିର୍ବାଚନରେ ମଧ୍ୟ ବିଜେପି ସପକ୍ଷରେ ଜନମତ ଯିବାର ଦୃଢୋକ୍ତି ପ୍ରକାଶ ପାଇଛି। ମାତ୍ର ବିଜେତିର କିଛି ଟାଣୁଆ କର୍ମୀ ଙ୍କ ପାଇଁ ସମୀକରଣ ଓଲଟି ଯିବାର ସମ୍ଭାବନା ଅଧିକ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି।ସରପଞ୍ଚ ପଦବୀ ପାଇଁ ଜଣେ ଶିକ୍ଷିତା ମହିଳା ଭାବେ ମମତା ନାଏକ ପ୍ରାର୍ଥିନୀ ହୋଇଥିବାରୁ ସାଧାରଣ ଭୋଟରଙ୍କ ଠାରୁ ଶିକ୍ଷିତ ଭୋଟର ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ସମସ୍ତଙ୍କ ନିକଟରେ ଆଦରଣୀୟା ହୋଇପାରିଛନ୍ତି । ସେଥିପାଇଁ ବହୁ ଜନମତ ବ୍ୟବଧାନରେ ଜିତିବାର ଲକ୍ଷ୍ୟ ରଖିଛନ୍ତି। ସେହିଭଳି ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ମିନତୀ ଦାସ ପ୍ରତିଦ୍ଵନ୍ଦିତା କରୁଥିବାରୁ ଦଳମତ ସବିଶେଷରେ ତାଙ୍କ ପାଇଁ ଜନମତ ସୃଷ୍ଟି ହୋଇ ପାରିଛି। ବିଜେଡି ସମର୍ଥିତ ଏହି ଦୁଇ ଜଣ ଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ପଡିଥିବାର ଆଲୋଚନା ହେଉଛି। ମାତ୍ର ଏହି ପଞ୍ଚାୟତରେ ବିଜେପିର ୩୬ନଂ ଜିଲ୍ଲାପରିଷଦ ପ୍ରାର୍ଥିନୀ ଅନୁପମା ଦଣ୍ଡପାଟ ନିଜର ପତିଆରା ବୃଦ୍ଧି କରିପାରିଥିବାରୁ ସେହି ଚେନ୍ରେ ଜନମତ ଯାଇପାରେ ବୋଲି ଆଶା କରାଯାଉଛି।