Odisha news

କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ

ନିର୍ମିତ ହେବାକୁ ଥୁବା ୬ ଲେନେ ରାସ୍ତା ଓ ରିଂ ରୋଡ଼ କୁ ନେଇ ଉଛେଦ ହେବ ୨୫ଟି କୋଠା ଘର ,୫୦ଟି ଆଜବେଷ୍ଟ ଘର, ୨ଟି ଚାଳଘର। ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ ସାର୍ବଜନୀନ ହେବ ବିସ୍ଥାପିତଙ୍କପାଇଁ ପ୍ୟାକେଜ , ଓ ଉଛେଦକାରୀଙ୍କ ଲିଷ୍ଟି --ଜିଲ୍ଲାପାଳ

0
କୋଣାର୍କ : ୦୨/୨ କୋଣାର୍କ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ପ୍ରାଥମିକ ଭାବେ ଚନ୍ଦ୍ରଭଗା ଠାରୁ କୋଣାର୍କ ଥାନଛକ ପର୍ଯ୍ୟନ୍ତ ୬ଲେନେ ବିଶିଷ୍ଠ ବିଶ୍ୱସ୍ତରୀୟ ରାସ୍ତା ସହିତ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁରପାର୍ଶ୍ୱ ରେ ୨ଲେନେ ବିଶିଷ୍ଠ ରିଙ୍ଗ ରୋଡ଼ କାର୍ଯ୍ୟ  ର ଅଗ୍ରଗତି ଓ ଉଚ୍ଛେଦ ହେବାକୁ ଥିବା ଲୋକମାନଙ୍କର କ୍ଷୟକ୍ଷତି ଓ ଥଇଥାନ ପାଇଁ ପ୍ୟାକେଜ ଘୋଷଣା ସହିତ ଏହାକୁ ଗତିଶୀଳ ଦେବାନିମନ୍ତେ ବୁଧବାର ପୁର୍ବାହ୍ଣ ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ସୁବାସ ଦାସ ଶର୍ମା,ଜାତୀୟରଜପଥ ଶୟକଯନ୍ତ୍ରୀ,ବରିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ବିଶ୍ୱାଳ,ଗୋପ ତହସିଲଦାର ଏସକେ .ସାଗିରି, କୋଣାର୍କ ରାଜସ୍ବନିରୀକ୍ଷାକ ବିଚିତ୍ରଣନ୍ଦ ମିଶ୍ର,ସୁତନ ସହାୟକ ରାଜସ୍ୱ ନିରୀକ୍ଷକ ଯଶୋବନ୍ତ ନାୟକ ପ୍ରମୁଖ ପହଂଛି ଚନ୍ଦ୍ରଭାଗା ଠାରୁ ଶାମୁକା ପୋଖରିଦେଇ ରାମମନ୍ଦିର ପଛ ପାର୍ଶ୍ଵ, ଓ ରାଣୀ ହାଟ ସାହି ପର୍ଯ୍ୟନ୍ତ ଯାଉଥିବା ୬ ଲେନେ ରାସ୍ତା ର କାର୍ଯ୍ୟ ସମୀକ୍ଷା କରିବାସହିତ ଉଚ୍ଛେଦ ହେବାକୁ ଥିବା ଗୃହ ମାଲିକ ଙ୍କ ସହିତ କ୍ଷୟକ୍ଷତି ଓ ଥଇଥାନ ବିଷୟରେ ଆଲୋଚନା କରିଥିଲେ । 
ରାସ୍ତା ନିର୍ମାଣ କୁ ନେଇ ସ୍ଥାନ ସ୍ଥାନ ରେ ଖାଲି ଥିବା କେତେକ ଜମିକୁ ନେଇ ଉଠିଥିବା ବିବାଦ କୁ ନେଇ ତୁରନ୍ତ ଏହାକୁ ସମାଧାନ କରି ଜମି ମାଲିକଙ୍କୁ କ୍ଷତି ପୂରଣ ଦେବାପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।ତାସହିତ ଏହି ୬ ଲେନେ ଓ ୨ ଲେନେ ରାସ୍ତା ନିର୍ମାଣ ରେ ଉଚ୍ଛେଦ ହେବାକୁ ଥିବା ୨୫ ଗୋଟି କୋଠା ଘର ଓ ୫୦ ଗୋଟି
 ଆଜବେଷ୍ଟ ଘର ଓ ୨ ଟି ଚାଳଘର ପାଇଁ କ୍ଷୟକ୍ଷତି ଓ ଥଇଥାନ ପ୍ୟାକେଜ ଖୁବ ଶୀଘ୍ର ସାର୍ବଜନୀନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବରିଷ୍ଠ ବୁଦ୍ଧିଜୀବୀ
ସୁରେଶ ରାଉତରାୟ ଜିଲ୍ଲାପାଳ ଓ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପୁରୀ ଓ ଭୁବନେଶ୍ୱର ରେ ଲୋକମାନଙ୍କୁ ପ୍ରଦାନ କରାଯାଇଥିବା ଥଇଥାନ ଓ କ୍ଷୟକ୍ଷତି ପ୍ୟାକେଜ ର ଅନରୁପ ପ୍ୟାକେଜ  ପ୍ରଶାସନ କୋଣାର୍କ
ବାସୀଙ୍କୁ ଦେବାନିମନ୍ତେ ଘୋଷଣା କରିବାକୁ ଅନୁରୋଧ କରିଥିଲେ ।ପରେ କୋଣାର୍କ ର ବିଜେଡି ସଭାପତି , ବରିଷ୍ଠ ସମାଜସେବୀ ରାଜକିଶୋର ମହାପାତ୍ର, ଓ କୋଣାର୍କ ସୁରକ୍ଷା ସମିତିର ସମ୍ପାଦକ ଭାଗିରଥୀ ସ୍ୱାଇଁ ପହଂଚି ଜିଲ୍ଲାପାଳ ଓ ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି  ଦୀର୍ଘ ୫୦ ବର୍ଷ ରୁ ଉର୍ଢ଼ ବର୍ଷ ଧରି ବସକରି ରହୁଥିବା  କୋଣାର୍କ ବାସୀଙ୍କୁ  ପୁରୀ ଭୁବନେଶ୍ୱର ରେ ଦିଆଯାଇଥିବା ଅନରୁପ ପ୍ୟାକେଜ ଘୋଷଣା ତୁରନ୍ତ କରିବାକୁ ଦୃଢ ଦାବିକରିଥିଲେ ।
ସୂଚନା ଥାଉକି ଅର୍କକ୍ଷେତ୍ର କୋଣାର୍କର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବି ଯୋଜନାକୁ ସଫଳ କରିବା ଲାଗି ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ି ଏବେ ବିଭିନ୍ନ ଯୋଜନା ଗୁଡିକୁ ରୂପରେଖ ଦେବାନିମନ୍ତେ କାର୍ଯ୍ୟ ଆରମ୍ଭ କରିଥିବା ଦେଖାଯାଈଛି ।ମୁଖ୍ୟ ମନ୍ତ୍ରୀ ଙ୍କ ପାରିପାର୍ଶ୍ବିକ ଉର୍ଣ୍ଣତି ଯୋଜନା ଘୋଷଣା ପରେ କୋଣାର୍କ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ କୁ ଆଗେଇ ନେବା ଲକ୍ଷ୍ୟରେ ପ୍ରାଥମିକ ଭାବେ ଚନ୍ଦ୍ରଭଗା ଠାରୁ ଥାନଛକ ପର୍ଯ୍ୟନ୍ତ ୬ଲେନେ ବିଶିଷ୍ଠ ବିଶ୍ୱସ୍ତରୀୟ ରାସ୍ତା ସହିତ କୋଣାର୍କ ସୂର୍ଯ୍ୟମନ୍ଦିର ଚତୁରପାର୍ଶ୍ୱ ରେ ୨ଲେନେ ବିଶିଷ୍ଠ ରିଙ୍ଗ ରୋଡ଼ କାର୍ଯ୍ୟ  ଆରମ୍ଭ କରାଯାଇଛି । ଏନେଇ ଵିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ଏହାର ସର୍ଭେ କରାଯାଇ ମାପଚୁପ କରାଯିବା ସହିତ ଏହାର ସଠିକ ମ୍ୟାପ କରାଯାଇ  ସରକାର ଙ୍କ ଦ୍ଵାରା ମଂଜୁରୀ ମିଳିବା ପରେ ୩୬ କୋଟି ଟଙ୍କା ର ଟେଣ୍ଡର କରାଯାଇ ଠିକାଦାର ଙ୍କ ଦ୍ଵାରା କାର୍ଯ୍ୟ ଆରମ୍ଭ କରାଯାଇ କାର୍ଯ୍ୟ ଜୋରସୋରରେ ଚାଲିଛି ।ପ୍ରସ୍ତାବିକ  ରିଂରୋଡ଼  ଚନ୍ଦ୍ରଭାଗା ଗୋଲେଇଛକ ରୁ ଲାବଣ୍ୟ ଛକ ପର୍ଯ୍ୟନ୍ତ ୨ ହଜାର ମିଟର ରାସ୍ତା ୬ଲେନ ବିଶିଷ୍ଟ ,କୋଣାର୍କ- କାକଟପୁର ରାସ୍ତାକୁ ସଂଯୋଗ କରୁଥିବା ୮ଶହ ୩୩ମିଟର ରିଂ ରୋଡ଼ ରାସ୍ତା ମଧ୍ୟ ୬ଲେନ ବିଶିଷ୍ଟ କରାଯିବ ।ଲାବଣ୍ୟ ଛକରୁ କୋଣାର୍କ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପର୍ଯ୍ୟନ୍ତ ଥିବା ୨୭୦ ମିଟର ରାସ୍ତା ୪ଲେନ କରାଯିବାକୁ ଯୋଜନା ହୋଇଛି। କୋଣାର୍କ- କାକଟପୁର ରାସ୍ତା ରିଂ ରୋଡ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଥିବା ୨୩୧ ମିଟର  ରାସ୍ତା ୪ ଲେନ ଓ କୋଣାର୍କ କାକଟପୁର ରାସ୍ତା ରିଂ ରୋଡ ଠାରୁ ମେଡିକାଲ ପଛ ଓ ଯାତ୍ରୀ ନିବାସ ପାଚେରୀ କଡ଼ ଦେଇ ଥାନା ଛକ ଆଶ୍ରମ ସ୍କୁଲ ପର୍ଯ୍ୟନ୍ତ ହେବାକୁ ଥିବା ୧୧ଶହ ୩୬ମିଟର ରାସ୍ତା ୬ ଲେନ ବିଶିଷ୍ଟ କରାଯାଉଅଛି । ମାତ୍ର ଏହି କାର୍ଯ୍ୟରେ କେତେକ ଜାଗାରେ  ବିବାଦୀୟ ଜମିକୁ ନେଇ  ନ୍ୟାୟାଳୟରେ କେସେ ଚାଲୁଥିବା ରୁ ଅଧାବାଟରେ ଅଟକିଥିବା କୁ ନେଇ ଶୀଘ୍ର ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ସରିବା କୁ ନେଇ  ସମସ୍ୟା ଦେଖାଦେଇଛି ।ଯାହାଫଳରେ କୋଣାର୍କ ସୂର୍ଯ୍ୟମନ୍ଦିର ର  ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟବିଳମ୍ବିତ ହେଉଛି ।
Leave A Reply