ଆମ ଜୀବନରେ ସଫଳତା ପୁଞ୍ଜିର ବିଶେଷ ସ୍ଥାନ ରହିଛି l କାରଣ ବିନା ସଫଳତାରେ ମନୁଷ୍ୟ ଜୀବନ ମୂଲ୍ୟହୀନ ଅଟେ l ଯଦି ଜଣେ ମଣିଷ ଜୀବନରେ ସଫଳତାର ସୀଢୀ ଚଢ଼ୁଛି ତେବେ ତାର ଏହି ସଫଳତା ପଛରେ ବିଶେଷ କାରଣ ରହିବା ଆବଶ୍ୟକ l ପ୍ରତିଟି ମନୁଷ୍ୟ କିଛିନା କିଛି କାରଣକୁ ନେଇ ଜନ୍ମ ନେଇ ଥାଆନ୍ତି l ତେଣୁ ନିଜର ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ କିଛିନା କିଛି ମହତ କାର୍ଯ୍ୟ କରିବା ଆବଶ୍ୟକ l
ଯଦି ଜଣେ ମଣିଷର ଜୀବନ ଉଦେଶ୍ୟ ହୀନ ହୋଇଥାଏ ତେବେ ଆପଣଙ୍କ ଜୀବନ ମୂଲ୍ୟହୀନ l ଆସନ୍ତୁ ଜାଣିବା କେଉଁସବୁ ଜିନିଷ ବିନା ଜୀବନ ମୂଲ୍ୟହୀନ l
– ଶାସ୍ତ୍ର ଅନୁସାରେ ବ୍ୟକ୍ତି ସର୍ବଦା ନିଜ ଧର୍ମକୁ ପାଳନ କରିବା ଆବଶ୍ୟକ l କାହିଁକି ନା ସେ ନିଜ ଧର୍ମ ବିନା ଅସ୍ତିତ୍ବ ହୀନ l ଜଣେ ବ୍ୟକ୍ତି ଯଦି ନିଜର କର୍ତବ୍ୟ ଓ ନିଷ୍ଠାକୁ ବୁଝିପାରି ଜୀବନ କୁ ଆଗକୁ ବଢ଼ାଇ ଥାଏ ତେବେ ସେ ଜୀବନରେ ସର୍ବଦା ଉନ୍ନତି କରିଥାଏ l
– ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଏହି ପୃଥିବୀରେ ଜନ୍ମ ନେଇଛି ତାକୁ କିଛିନା କିଛି କର୍ମ କରିବା ଉଚିତ l ଯଦି ସେ ବିନା କାମ ରେ ବସି ରହିଲା ତେବେ ତାର ନାଶ ହେବା ସହ ତାର ପରିବାରର ମଧ୍ୟ ନାଶ ହୋଇଥାଏ l
– ସଫଳତାର ପୁଞ୍ଜି କହୁଛି ଯେ ସୁଖୀ ଜୀବନ ବଂଚିବା ପାଇଁ ଧନ ର ନିହାତି ଆବଶ୍ୟକତା ରହିଛି l ଧନର ପ୍ରାପ୍ତି ପାଇଁ ମଣିଷ ସର୍ବଦା ପରିଶ୍ରମ କରିବା ଆବଶ୍ୟକ ଓ ନିଜ ଜୀବନରେ ଗୋଟିଏ ଲକ୍ଷ ରଖିବା ଉଚିତ l କାରଣ ବିନା ଲକ୍ଷରେ ମଣିଷ ତା ଜୀବନରେ କିଛି ହାସଲ କରିପାରି ନଥାଏ l
– ଶାସ୍ତ୍ର ଅନୁସାରେ ବ୍ୟକ୍ତି ଲକ୍ଷ,ଧର୍ମ,କର୍ମ,ଆଦି କୁ ଠିକ ଭାବରେ ପରିଚାଳିତ କରି ମୋକ୍ଷ ପ୍ରାପ୍ତି କରିଥାଏ l ମୋକ୍ଷ ସେହି ମଣିଷ ଲାଭ କରିଥାଏ ଯିଏକି ଉଚିତ କର୍ମ କରିଥାଏ l