ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ରେ ଶାସକ ଦଳ ତରଫରୁ ରବିବାର ନିର୍ବାଚନ ପ୍ରଚାରରେ କୋଭିଡି କଟକଣା ସମ୍ପୂର୍ଣ ଉଲଘଂନ ହୋଇଥିବା ସହ ପ୍ରଚାରରେ ଶତାଧିକ ଲୋକ ସାମିଲୀ ହୋଇ ଭୋଜି ଭାତ ର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି… ସୂଚନା ଅନୁସାରେ ରାଜ୍ୟ ନିର୍ବାଚନ କମିଶନର କରୋନା ର ତୃତୀୟ ଲହର କୁ ଆଖି ଆଗରେ ରଖୀ ପଞ୍ଚାୟତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଗାଇଡି ଲାଇନ ପ୍ରସ୍ତୁତ କରିବା ସହ କୋଭିଡି କଟକଣା ଅନୁସାରେ ନିର୍ବାଚନ କରିବା ପାଇଁ ନିୟମ କଡା କଡ଼ି କରିଛନ୍ତି ଯେମିତି କି ପ୍ରାଥୀ ତାଙ୍କ ସହିତ ମାତ୍ର ପାଞ୍ଚ ଜଣ କୁ ନେଇ ନିର୍ବାଚନ ପ୍ରଚାର କରିବା ସହିତ ଭୋଜି ଭତା ସଭା ସମିତି ନିର୍ବାଚନ ରାଲି ଆଦି ସବୁ ବାରଣ କରାଯିବା ସହ ଏହାକୁ ପାଳନ କରିବା ପାଇଁ ନିୟମ କଡା କଡ଼ି ରହିଛି କିନ୍ତୁ ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି ଏଠାରେ ଶାସକ ବିଜେଡି ଦଳ ତରଫରୁ ପ୍ରତିଦ୍ୱନ୍ଦୀତା କରୁଥିବା ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାଥୀ ମାନେ ରବିବାର ଦିନ ନିଜ ଦଳୀୟ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏଥିରେ ପ୍ରାୟ ଶତାଧିକ ସମର୍ଥକ ଙ୍କୁ ସାମିଲୀ କରି ଶୋଭାଯାତ୍ରା କରି ଚମ୍ପାଗଡ଼ ଗ୍ରାମ ପଞ୍ଚାୟତ ରେ ପ୍ରତେକ ୱାର୍ଡ କୁ ୱାର୍ଡ ବୁଲି ନିର୍ବାଚନୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ଏବଂ ଏହି ଅବସରରେ ଶତାଧିକ ଲୋକ ଙ୍କୁ ନେଇ ଭୋଜି ଭାତ ର ଆୟୋଜନ ହୋଇଥିବା ଜଣାପଡିଛି ତେବେ ଖବର ପାଇଁ ଚାନ୍ଦପୁର ଥାନା ଅଧିକାରୀ ଓ ନୟାଗଡ ଉପଜିଲ୍ଲାପାଳ ଘଟଣା ସ୍ଥଳ କୁ ଯାଇ ତଦାରଖ କରି ଆସିଥିବା ଜଣାପଡିଛି