Odisha news

ଆଠଗଡ ପଞ୍ଚାୟତ ନିର୍ବାଚନ ପରିଚାଳନା କୁନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ

0
 ଆଠଗଡ଼ ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲଭ ରଥ କଂଗ୍ରେସ ଅଫିସ ଠାରେ ଏକ ସାମ୍ବାଦିକ ସମିଳନୀ କରି ଆଠଗଡ ରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତ୍ୟାହାର ସାଙ୍ଗକୁ ଚୂଡାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇସାରିଛି,ଏହା ଭିତରେ ସାତଜଣ ସମିତି ସଭ୍ୟ ଓ ଜଣେ ସରପଞ୍ଚ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି, ହେଲେ ଏହି ନିର୍ବାଚନ କୁ ନେଇ ଆଠଗଡ଼ କଂଗ୍ରେସ ଦଳ ପ୍ରଶ୍ନ ଉଠାଇଛନ୍ତି,ସେ ମଧ୍ୟ କହିଛନ୍ତି ଗତ ୩୨ ବର୍ଷ ଧରି ବିଜେଡି କୁ ଭୋଟ୍ ଦେଇଛନ୍ତି ଆଠଗଡ ବାସୀ,  ୭୫ ବର୍ଷ ମଧ୍ୟରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ରେ ଗୋବରା ପଞ୍ଚାୟତ ର ଆଦିବାସୀ ଲୋକ ଏବେବି ସ୍ୱାଧୀନତା ପାଇବାରୁ ବଞ୍ଚିତ ହୋଇଛନ୍ତି।ଗୋବରା ପଂଚାୟତର ଭଗୁଆ ଓ ଓରଦା ଗ୍ରାମବାସୀମାନେ ସମସ୍ତେ ଆଦିବାସୀ ସମ୍ପ୍ରଦାୟ ର। ସେମାନେ ଭୋଟ ଦେବାକୁ ଯାଉଛନ୍ତି ଯଥାକ୍ରମେ ୧୫ କିଲୋମିଟର ଓ ୧୮ କିଲୋମିଟର ଗୋବରା ଶାସନ ରେ ଥିବା ଭୋଟ କେନ୍ଦ୍ରକୁ।
ଏହି ଆଦିବାସୀ ଲୋକମାନେ ସମସ୍ତେ ଗରୀବ ଓ ସମସ୍ତେ ପାଦରେ ଚାଲିକି ଭୋଟ ଦେବାକୁ ଯାଇପାରୁନାହାନ୍ତି ।ଜଙ୍ଗଲ ରାସ୍ତାରେ ହାତୀ ଓ ବାରାହା ଙ୍କର ଆକ୍ରମଣ ର ଶୀକାର ହେଉଛନ୍ତି। ଭଗୁଆ ଓ ଓରଦା  ଗ୍ରାମରେ ପ୍ରାଥମିକ ସ୍କୁଲ ଓ ଅଙ୍ଗନବାଡି ଥିଲେ ମଧ୍ୟ ସେଠାରେ କାହିଁକି ମତଦାନ ହେଉନାହିଁ ତାହା ବଡ ବିସ୍ମୟ ସୃଷ୍ଟି କରିଛି।ଯଦି ଭୋଟ୍ ଦେବାପାଇଁ କିଏ ନଗଲା ସେଠି ଅନ୍ୟ ଲୋକ ମାନେ ନିରୀହ ଗ୍ରାମବାସୀଙ୍କ ଭୋଟ୍ କୁ ଦେଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ହୋ ସମାଜର ନେତା ହରିଶ ଚନ୍ଦ୍ର ହାଇବ୍ରୁ।ଆଦିବାସୀ ମାନଙ୍କ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଙ୍କ  ମତଦାନ କୁ ଛଡାଇ ନେଇଛି  ସରକାର ବୋଲି ପଞ୍ଚାୟତ ନିର୍ବାଚନ ରେ ଛିଡା ହୋଇଥିବା ପ୍ରର୍ଥୀମାନେ ଅଭିଯୋଗ କରିଛନ୍ତି, ଆଦିବାସୀ ମାନଙ୍କ ଦାବି ହେଉଛି ଗୋବରା ପଞ୍ଚାୟତ ରେ ହେଉଥିବା  ଭୋଟ କେନ୍ଦ୍ର କୁ ଗୋବରା ଶାସନ ର ଏକ ପରିବର୍ଦ୍ଧିତ ଭୋଟ କେନ୍ଦ୍ର ସେମାନଙ୍କ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟ ଓ ଅଙ୍ଗୱାଡ଼ି କେନ୍ଦ୍ର ରେ ସ୍ଥାପନ  କରିବାପାଇଁ ଆଦିବାସୀ ମାନେ ଦାବି କରିଛନ୍ତି।ଆଗାମୀ ଦିନରେ ଆଠଗଡ କଂଗ୍ରେସ ଏହି ଘଟଣା ନେଇ ରାଜ୍ୟ ନିର୍ବାଚନ କମିଶନ ଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଉମାବଲଭ ରଥ।
ଏହି ସାମ୍ବାଦିକ ସମ୍ମିଳନୀ ରେ ଆଠଗଡ଼ ବ୍ଲକ କଂଗ୍ରେସ କମିଟି ର ସଭାପତି ସୁଦର୍ଶନ ସାହୁ, ଆଦିବାସୀ ହୋ ଉନ୍ନୟନ ସମାଜ ର ରାଜ୍ୟ ସମ୍ପାଦକ ହରିଶ ଚନ୍ଦ୍ର ହାଇବ୍ରୁ, ଆଠଗଡ଼ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରାର୍ଥୀ ରଞ୍ଜିତା ହିସା, ଗୋବରା ଗ୍ରାପ ର ସମିତି ପ୍ରାର୍ଥୀ ଜିଙ୍ଗି କାୟମ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply