Odisha news

ନୂଆପଡା ରେଞ୍ଜର ବିନୀତା ଭୋଇଙ୍କୁ ବରଖାସ୍ତ ଦାବି ରେ କଲମ ଛାଡ ଆନ୍ଦୋଳନ

0

ନୂଆପଡ଼ା-୨୫/୧ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ନୂଆପଡା ଜିଲ୍ଲା ସଦର ରେଞ୍ଜର ନାମରେ ଖଡ଼ିଆଳ ଥାନାରେ ମାମଲା ଦାଏର । ଗତ ୨୧ ତାରିଖ ଦିନ ନୂଆପଡା ରେଞ୍ଜର ବିନୀତl ଭୋଇ ସରକାରୀ କାର୍ଯ୍ୟ ନେଇ ଖଡ଼ିଆଳ ଗସ୍ତ କରିଥିଲେ। ଖଡ଼ିଆଳ ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଠାରେ ଏକାଉଣ୍ଟଟେଣ୍ଡ ଭାବରେ ରାମଧର ଚଳାନ କାର୍ଯ୍ୟ କରୁଥିଲେ। ସେଠାରେ ରେଞ୍ଜର ବିନୀତl ଭୋଇ ଉତ୍ୟକ୍ତ ହୋଇ କିରାଣୀ ଶ୍ରୀ ଚଳାନଙ୍କୁ ଦୁର୍ବ୍ୟବହାର ଦେଖାଇ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ ଓ ଦେଖିନେବି ବୋଲି ଧମକ ଦେଇଥିଲେ ଅଭିଯୋଗ କରିଛନ୍ତି। ଖଡ଼ିଆଳ ଥାନା କେସ ନଂମ୍ବର ୨୧, ଧାରା ୩୪୧,୨୯୪,୫୩୫,୫୦୬ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଛି । ଉଚିତ ତଦନ୍ତ କରି ଦୋଷୀ ରେଞ୍ଜର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆଜି ସମଗ୍ର ରାଜ୍ୟ ର ବିଭାଗୀୟ କିରାଣୀମାନେ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ଏବଂ ରେଞ୍ଜର ଭୋଇ ଙ୍କ ଗିରଫ ଦାବିରେ ଖଡ଼ିଆଳ ସ୍ଥିତ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସିଛନ୍ତି l

Govt
Leave A Reply