Odisha news

ବାସ୍ତୁ ଟିପ୍ସ : ଶୋଇବା ସମୟରେ ଦକ୍ଷିଣ ଦିଗକୁ କାହିଁକି ଗୋଡ଼ କରି ଶୋଇବା ନାହିଁ ଆସନ୍ତୁ ଜାଣିବା

0

ରାତି ସମୟରେ ଭଲ ନିଦରେ ଶୋଇବା ପାଇଁ ସମସ୍ତେ ଚାହିଁ ଥାଆନ୍ତି l କାରଣ ଜଣେ ବ୍ୟକ୍ତି ଯଦି ରାତିରେ ଠିକ ଭାବରେ ଶୋଇ ପାରିଲା ତେବେ ତାକୁ ସକାଳୁ ଠିକ ଭାବରେ କାର୍ଯ୍ୟ କରିବା ପାଇଁ ଶରୀରକୁ ଉର୍ଜା ମିଳିଥାଏ l କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୋଇବା କୁ ନେଇ କେତେ ଗୁଡିଏ ତଥ୍ୟ ଦିଆ ଯାଇଛି l ଆମେ ଘରର ବୟସ୍କ ମାନଙ୍କୁ କହିଥିବା ଶୁଣିଛେ ଯେ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ ନୁହେଁ l

* ଦକ୍ଷିଣ ଦିଗକୁ ପାଦ ରଖି ଶୋଇଲେ ଆମ ମନକୁ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥାଏ l ତେଣୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l

* ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡେ ଓ ଦୀର୍ଘ ଦିନ ଧରି ରୋଗ ବୈରାଗ୍ୟ ଲାଗି ରହିଥାଏ l

* ସର୍ବଦା ଶୋଇବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଦ୍ୱାରା ରୋଗ, ଧନ ହାନୀ ଓ ମୃତ୍ୟୁର ଭୟ ରହିଥାଏ l

* ଦକ୍ଷିଣ ଦିଗକୁ ପାଦ କରି ଘରର ବୟସ୍କ ମାନେ ଯଦି ଶୋଇ ଥାଆନ୍ତି ତେବେ ଘରେ ସର୍ବଦା ଆର୍ଥିକ ଅନାଟନ ଲାଗି ରହିଥାଏ ଓ କଳହ ଉପୁଜେ l

* ମହିଳା ମାନେ କଦାପି ଦକ୍ଷିଣ ଦିଗକୁ ପାଦ ରଖି ଶୋଇବା ଉଚିତ ନୁହେଁ l ଏହାଦ୍ୱାରା ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ l

* ତେଣୁ ଯେତେବେଳେ ମଧ୍ୟ ଶୋଉଚନ୍ତି ନିଜ ମୁଣ୍ଡ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ କରି ଶୋଇବା ଉଚିତ l

Leave A Reply