Odisha news

ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନ କରନ୍ତୁ ଏହି ଉପାୟ ମାତା ଲକ୍ଷ୍ମୀ ମଧ୍ୟ ହେବେ ସନ୍ତୁଷ୍ଟ

0

ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଗ୍ରହକୁ ଅଲଗା ଅଲଗା ଭାବରେ ତାର ବିଶେଷତା କୁହାଯାଇଥାଏ l ଶାସ୍ତ୍ରରେ ବିଶେଷ ଭାବରେ ଉଲ୍ଲେଖ ହୋଇଛି ଯେ କେଉଁ ଗ୍ରହର କାର୍ଯ୍ୟ କଣ ରହିଛି l ସେହିଭଳି ରବିବାର ଦିନଟି ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ ହେବା ସହିତ ଏହାର ବିଶେଷ ସାମଞ୍ଜସ୍ୟ ଧନ ସହିତ ରହିଛି ଓ ଧନର ସମ୍ବନ୍ଧ ମାତା ଲକ୍ଷ୍ମୀଙ୍କ ସହିତ ରହିଛି l ସୂର୍ଯ୍ୟଦେବ ଙ୍କୁ ମଧ୍ୟ ହିରଣ୍ୟଗାର୍ଭ ମଧ୍ୟ କୁହାଯାଇ ଥାଏ l ଏହାର ଅର୍ଥ ଯାହାର ଗର୍ଭରେ ସୁନେଲି ରଙ୍ଗର ଆଲୋକ ରହିଛି l ତାଙ୍କୁ ଆଦିତ୍ୟ ମଧ୍ୟ କୁହାଯାଇ ଥାଏ l

– ଯଦି ଆପଣ କୌଣସି ସମସ୍ୟା ସହିତ ଯନ୍ତ୍ରଣା ପାଉଛନ୍ତି ତେବେ ଆପଣଙ୍କ ସୂର୍ଯ୍ୟ ଗ୍ରହକୁ କଠୋର କରିବା ଆବଶ୍ୟକ l ତେଣୁ ରବିବାର ଦିନ କିଛିଟା ଖାସ ଉପାୟ କରିବା ଆବଶ୍ୟକ l

– ଘରେ ଯଦି ସବୁବେଳେ ଝଗଡା ହେଉଛି କିମ୍ବା ଗଣ୍ଡଗୋଳ ହେଉଛି ତେବେ ରବିବାର ଦିନ ସକାଳୁ ଗାଧୋଇ ସାରି ୧୦୮ ଥର ଓଂ ସୂର୍ଯ୍ୟାୟ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ ଓ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ l

– ମାନ୍ୟତା ରହିଛି ରବିବାର ଦିନ କଳା କୁକୁରକୁ ରୁଟି ଓ ଗାଈ କୁ ରୁଟି ଦେବା ସହିତ ଯଦି ଚଢେଇ ମାନଙ୍କୁ ଜଳ ସହିତ ଖାଦ୍ୟ ଦେବେ ତେବେ ସମସ୍ତ ସଙ୍କଟ ଦୂର ହୋଇଯିବ l

– ଧନଧାନ୍ୟ ରେ ବୃଦ୍ଧି ପାଇଁ ରବିବାର ଦିନ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ରେ ଦୁଗ୍ଧ ନିଜ ମୁଣ୍ଡ ନିକଟରେ ରଖି ନିଅନ୍ତୁ l ଷୋମବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିସାରି ଦୁଗ୍ଧ କୁ ଓସ୍ତ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ l

– ଏହିଦିନ ବ୍ରତ ରଖିବା ଦ୍ୱାରା ପଦ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ l ଏହା ସହିତ ନେତ୍ର ଓ ଚର୍ମ ରୋଗରୁ ମୁକ୍ତି ମିଳିଥାଏ l

Leave A Reply