Odisha news

କୈଳାଶ ହଚେରୀରେ ସ୍କିଲ ଇଣ୍ଡିଆ ତରଫରୁ ମତ୍ସ୍ୟଚାଷ ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ

0

ବୈଶିଙ୍ଗା : ସାରାଦେଶରେ ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କର ସ୍କିଲ ଇଣ୍ଡିଆ ଗ୍ରାମାଞ୍ଚଳର ପୁରୁଷ ଓ ନାରୀ ମାନଙ୍କୁ ସ୍ଵାବଲମ୍ବୀ କରିବା ଯୋଜନା ଯୋଗୁଁ ବିଭିନ୍ନ ଛୋଟ ବଡ ପ୍ରକଳ୍ପରୁ ପ୍ରଶିକ୍ଷଣ ପାଇ ଉଭୟ  ପୁରୁଷ ଓ ମହିଳା ମାନେ ସ୍ଵାବଲମ୍ବୀ ହୋଇପାରିଛନ୍ତି। ଏହାକୁ ଆଧାର କରି ସ୍କିଲ ଇଣ୍ଡିଆ ଜରିଆରେ ମୟୂରଭଞ୍ଜ ମତ୍ସ୍ୟ ବିଭାଗ ତରଫରୁ ୩୦୦ ମହିଳା ଓ ପୁରୁଷଙ୍କୁ ମତ୍ସ୍ୟ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବାର ଯୋଜନା କରାଯାଇଥିଲା। ଏଥି ପାଇଁ ୧ନଂ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ଭାବେ କୈଳାଶ ହଚେରୀ ଠାରେ ଏହି କର୍ମଶାଳା ଡିସେମ୍ବର ୨୭ ତାରିଖରେ ଉଦଘାଟିତ  ହୋଇଥିଲା।

ମୂଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ କୁମାର ଦେ ଯୋଗ ଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଏହି ଦଶ ଦିନିଆ ତାଲିମ ଶିବିରରେ ୩୦୦ ମହିଳା ଓ ପୁରୁଷ ତାଲିମ ନେବା ପରେ ଆଜି ଶେଷ ଦିବସରେ ଅନଲାଇନ ପରୀକ୍ଷା ମଧ୍ୟ ଦେଇଥିଲେ। ମତ୍ସ୍ୟ ଅଧିକାରୀ ଭାବେ ଅର୍ଦ୍ଧେନ୍ଦୁ ଶେଖର ଦାଶ, ତନ୍ମୟ କୁମାର ପଣ୍ଡା ଯୋଗ ଦେଇ ମତ୍ସ୍ୟ ଚାଷ ସମ୍ପର୍କିତ ଜ୍ଞାନ କୌଶଳ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଦାନ କରିଥିଲେ। ଏଠାରେ ତାଲିମ ପ୍ରାପ୍ତ ହୋଇ କୃତ କାର୍ଯ୍ୟ ହେବା ପରେ ଏହି ପ୍ରଶିକ୍ଷାର୍ଥୀ ମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ। ଏଥି ସହିତ ଦଶ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ ହୋଇଥିଲା।

Ad2
Leave A Reply