Odisha news

ଆଦିବାସୀ ମହାସଂଘର ନର୍ଲା ବନ୍ଦ ଡାକରା

0

ନର୍ଲା (ଦୀପକ କୁମାର ଠାକୁର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ନ୍ୟାର୍ଯ୍ୟ ଆରକ୍ଷଣ ଦାବିରେ ଆଦିବାସୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ସମ୍ପ୍ରଦାୟର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଏନେଇ ଓଡ଼ିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଏହାର ପ୍ରଭାବ ନର୍ଲାରେ ବୁଧବାର ଦେଖିବାକୁ ମିଳିଛି। ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ ସହ ନର୍ଲାରେ ରାସ୍ତାରୋକ କରିଥିଲେ। ଆଦିବାସୀ ପୁରୁଷ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟଯନ୍ତ୍ର ସହ ନର୍ଲା-ମଦନପୁର ରାମପୁର ମୁଖ୍ୟରାସ୍ତା ଅବରୋଧ କରିଥିଲେ। ଫଳରେ ବ୍ୟସ୍ତବହୁଳ ରାସ୍ତାରେ ଶହଶହ ଯାନବାହାନ ଅଟକି ରହିଥିଲା। ବୀର କମଲ ମୈଦାନ ସଭାପତି ଦୁର୍ଯ୍ୟୋଧନ ମାଝୀଙ୍କ ନେତୃତ୍ୱରେ କନ୍ଧ ସମାଜ ସଭାପତି ଅନ୍ତରାମ ମାଝୀ, ସମ୍ପାଦକ ଦେବରାଜ ମାଝୀ, ରଣଜିତ ମାଝୀ, କିଶୋର ମାଝୀ, ମୋହନ ମାଝୀ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନି, ସମାଜସେବୀ ହରିଶଙ୍କର ମାଝୀ, ଲକ୍ଷ୍ମଣ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply