Odisha news

ରଣପୁର ଏନ. ଏସି ରେ ବିଧାୟକ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାଶ ଓ ଭିତ୍ତିପ୍ରସ୍ଥର ସ୍ଥାପନ

0

ରଣପୁର : ନୟାଗଡ ଜିଲ୍ଲା ରଣପୁର ଏନ. ଏ. ସି ରେ  ସ୍ଥାନୀୟ  ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ଥର ସ୍ଥାପନ  କରାଯାଇଛି ମଙ୍ଗଳ ବାର ଅପରାହ୍ନ ସମୟରେ ବିଧାୟକ ଶ୍ରୀ ସତ୍ୟନାରାୟଣ ଏହି ଭିତ୍ତିପ୍ରସ୍ଥର ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଯୋଗଦାନ କରି ପ୍ରଥମେ ବାଘସାମନ୍ତ ପଡିଆ ନିକଟ ରେ 6କୋଟି 18 ଲକ୍ଷ ଟଙ୍କା ବେୟ ରେ ନିର୍ମାଣ ହେବାକୁ ଥିବା ଏକ  ଇନଡୋର ଷ୍ଟାଡିଅମ ପାଇଁ ଶିଳାନ୍ୟାଶ କରିଥିବା ବେଳେ ମା ମଣିନାଗ ମନ୍ଦିର ନିକଟ ରେ 75 ଲକ୍ଷ ଟଙ୍କା ବେୟ ରେ ନିର୍ମାଣ ହେବାକୁ ଥିବା  ସ୍ମାର୍ଟ ପାର୍କ ର ଶିଳାନ୍ୟାଶ କରିଥିଲେ ସେହିଭଳି ରଣପୁର ହାଟସାହି ଠାରେ ଥିବା ପୁରୁଣା ହାଟ ପଡିଆ ଜାଗାରେ 34ଲକ୍ଷ ଟଙ୍କା ର ମାର୍କେଟ କଂପ୍ଲେସ  ସହିତ 75ଲକ୍ଷ ବେୟ ରେ ନିର୍ମାଣ ହେବାକୁ ଥିବା ଆଦର୍ଶ ସ୍ମଶାନ ର ଶିଳାନ୍ୟାଶ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ପୂର୍ବତନ ବ୍ଲକ ଅଧକ୍ଷ ଦେବାଶିଷ ପଟ୍ଟନାୟକ ରାଜା ମହାନ୍ତି ଲିଙ୍ଗରାଜ ନାୟକ ଦୀପକ ସାସମଲ ଙ୍କ ସମେତ ରଣପୁର ଏନ. ଏ. ସି ର ସମସ୍ତ ପୂର୍ବତନ କାଉସିଲର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ ଯୋଗଦେଇଥିଲେ

Leave A Reply