Odisha news

ସୂର୍ଯ୍ୟ ମନ୍ଦିର ର ଅନ-ଲାଇନି ଟିକେଟ ବ୍ୟବସ୍ଥା ଫେଲ : ଟିକେଟ ନମିଳିବାରୁ ମନ୍ଦିର ରେ ପର୍ଯ୍ୟଟକ ଙ୍କ ଉତେଜନା,

ଘଣ୍ଟା ଘଣ୍ଟା ଅପେକ୍ଷା ପରେ ନିରାଶ ରେ ଫେରିଗଲେ ହଜାର ହଜାର ପର୍ଯ୍ୟଟକ

0

କୋଣାର୍କ : ୨୮/୧୨  ବିଶ୍ୱଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ପୁରୁଣା ବର୍ଷ ଶେଷ ଓ ନବବର୍ଷ ଆଗମାନ କୁ ନେଇ କୋଣାର୍କ କୁ ଛୁଟିଛି ଦେଶ ର ବିଭିନ୍ନ  ପ୍ରାନ୍ତରୁ ପର୍ଯ୍ୟଟକ  ସୁଅ ।  ପର୍ଯ୍ୟଟନ ର ଋତୁ ର ଶୀତୁଆ ସକାଳ ଓ ସନ୍ଧ୍ୟା ର ମଜା ଉଠାଇବା ସହ ସମୁଦ୍ର କୂଲରେ ବଣଭୋଜି ର ମଜା ନେବାକୁ ଧୀରେ ଧୀରେ ବଢୁଛି ପର୍ଯ୍ୟଟନ କ୍ଷେତ୍ର ରେ ପର୍ଯ୍ୟଟକ ଙ୍କ ଗହଳି।ଏହାରି ଭିତରେ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରୁ ଆସିଛି ପର୍ଯ୍ୟଟକଙ୍କ ଅବ୍ୟବସ୍ଥା ର ସାଙ୍ଘାତିକ ଦୃଶ୍ୟ ।ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଦେଶ ଓ ବିଦେଶ ରୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି।ସୂର୍ଯ୍ୟ ମନ୍ଦିର ସହ,ଚନ୍ଦ୍ରଭାଗା ବେଳାମାର୍ଗ, ରାମଚଣ୍ଡୀ ମନ୍ଦିର ସହ ବର୍ତ୍ତମାନ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ଇକୋ ରିଟ୍ରିଟ ବୁଲିବା ପାଇଁ ଲକ୍ଷାଧିକ  ପର୍ଯ୍ୟଟକ ମାନେ ଏଠାକୁ ଆସୁଥିବା କାରଣ ରୁ ଜନଗହଳି ପୂର୍ଣ୍ଣ  ପରିବେଶ ସୃଷ୍ଟି କରୁଛି ବିଶ୍ୱ ଐତିହ୍ୟସୂର୍ଯ୍ୟମନ୍ଦିର ରେ। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ ଦୈନିକ ହଜାର ହଜାର ସଂଖ୍ୟକ ନୁହଁନ୍ତି ଲକ୍ଷ ଲକ୍ଷ ସଂଖ୍ୟକ ପର୍ଯ୍ୟଟକ ଙ୍କ ଆଗମନ ଯୋଗୁଁ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି।ମାତ୍ର ଏହାରି ଭିତରେ ବିପୁଳ ପରିମାଣର ପର୍ଯ୍ୟଟକ ଙ୍କ ଆଗମନ କୁ ଦୃଷ୍ଟି ରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ତଥା ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ କୌଣସି ସୁଚିନ୍ତିତ  ପଦକ୍ଷେପ ଗ୍ରହଣ କରାନଯିବା ଯୋଗୁଁ ଲକ୍ଷାଧିକ  ପର୍ଯ୍ୟଟକ ମାନଙ୍କ ସମାଗମ  ଯୋଗୁଁ ସତେ ଯେପରି  ଅଣ ନିଶ୍ୱାସୀ ହୋଇ ପଡୁଛି ବ୍ଲାକ ପାଗୋଡା।

ଭିଡ଼ ଏଭଳି ହେଉଛି ତାର ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର ରେ।ପର୍ଯ୍ୟାପ୍ତ ପରିମାଣରେ ଟିକେଟ ନମିଳିବାରୁ ଓ ଅନଂ ଲାଇନି ଟିକେଟ ନପାଇ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ଫାଟକସମୁଖ ରେ ଘଣ୍ଟା ଘଣ୍ଟା ଧରି ହଜାର ହଜାର ସଂଖ୍ୟା ରେ ପର୍ଯ୍ୟଟକ ଅପେକ୍ଷା କରିବା ର ଦୃଶ୍ୟ ଏକ ଜଣ ସମୁଦ୍ର ରରୂପ ନେଇଥିଲା ।ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ଓଅକ୍ଷରୁ ଓ ଏ ଏସ ଆଇ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନରହିବା ଓ ଦୀର୍ଘ ସମୟ ଅପେକ୍ଷା କୁ ନେଇ ପର୍ଯ୍ୟଟକ ମାନେ ସେମାନଙ୍କ ର ମୂଲ୍ୟବାନ ସମୟ ନଷ୍ଟ ହେଉଥିବାକୁ ନେଇ ହଜାର ହଜାରସଂଖ୍ୟା ରେ ପର୍ଯ୍ୟଟକ  ବିରକ୍ତ ହୋଇ ଘୋର ଅସନ୍ତୋଷ ପ୍ରକାଶ କରି ଏପରି ବିପର୍ଯ୍ୟସ୍ତ ତ୍ରୁଟିଗତ ପରିଚାଳନା ବ୍ୟବସ୍ଥା କୁ ନେଇ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଇ କୋଣାର୍କ ପରି ଏକ ବିଶ୍ୱ ଐତିହ୍ୟ ସ୍ଥଳି କୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରାଯାଉଅଛି ବୋଲି କ୍ଷୋଭର ସହ ଅମନ ରିବଜ଼  ଦିଲ୍ଲୀ ର ଜଣେ ପର୍ଯ୍ୟଟକ ପ୍ରକାଶ କରିଥିଲେ। ଦୀର୍ଘ ସମୟ ଖରାରେ ଅପେକ୍ଷା ପରେ ବି ସମସ୍ୟା ସମାଧାନ ଦିଗରେ କୌଣସି ଅଧିକାରୀ ନପହଂଚିବା  ଓ ସୁରକ୍ଷା ଅଧିକାରୀ ମାନଙ୍କ ଦ୍ୱାରା ସୂର୍ଯ୍ୟ ମନ୍ଦିର ମୁଖ୍ୟ ଗେଟ କୁ ବନ୍ଦ କରିଦେବାକୁ ନେଇ କୁ ନେଇ ଶେଷରେ କେତେକ ପର୍ଯ୍ୟଟକ  ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଅନେକ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପାଚେରୀ ଉପରୁ ତଳକୁ ଡେଇଁ ଭିତରକୁ ପ୍ରଵେଶ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା।ଏଭଳି ସ୍ଥିତିରେ ସ୍ଥାନୀୟ କତ୍ତୃପକ୍ଷ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ମଧ୍ୟ ହୋଇଥିଲେ।ଫଳରେ କୋଭିଡ କଟକଣା ତଥା ସାମାଜିକ ଦୂରତା ଭୁଲି ପର୍ଯ୍ୟଟକ ମାନେ ଧସ୍ତାଧସ୍ତି ରେ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ର ଚିତ୍ର ସାମ୍ନା କୁ ଆସିଥିଲା।

ସାରା ରାଜ୍ୟରେ କୋଭିଡ ର ତୃତୀୟ ଲହର ର ଆଶଙ୍କା ରେ ଭୟଭୀତ ହୋଇ ଦିନ କାଟୁଥିବା ସାଧାରଣ ଲୋକ ଙ୍କ ପାଇଁ ଏହି ଭିଡ଼ ଓମିକ୍ରନ ର ଆକାର ରେ ଭୟଙ୍କର ରୁପ ଧାରଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।ସୂର୍ଯ୍ୟ ମନ୍ଦିର ଦାୟିତ୍ୱ ରେ ଥିବା ଏସଏଆଇ ଅଧିକାରୀ ଙ୍କ ଅପାରଗତା  ଓ ତ୍ରୁଟିପୂର୍ଣ୍ଣ ପରିଚାଳନ ଯୋଗୁଁ ପ୍ରତିବର୍ଷ ଏହି ପର୍ଯ୍ୟଟନ ଋତୁ ରେ ସମାନ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ।ଏହା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ର ଦୁର ଦୃଷ୍ଟି ର ଅଭାବ ଏବଂ ଖାମଖିଆଲ ମନଭାଵ ଯୋଗୁଁ  ଲକ୍ଷାଧିକ ପର୍ଯ୍ୟଟକ ଲକ୍ଷ ଲକ୍ଷ ଟଙ୍କା ଖର୍ଚକରି ଫେରୁଥିଲା ବେଳେ ପର୍ଯ୍ୟଟନ ବିଭଗର ଅତିଥି ଦେବ ଭଵ ନୀତି ଏଠାରେ  ପାଣିର  ଗାର ସଦୃଶ୍ୟ ପାଲଟିଛି ।।ଆଜିର ଜନ ସମଦ୍ର ପରିସ୍ଥିତି ପରେ ASI ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ଅଞ୍ଚଳବାସୀ।ସୂର୍ଯ୍ୟ ମନ୍ଦିର ର ମୁଖ୍ୟ ଫାଟକ ଏ ଏସଏଆଇ ଦ୍ୱାରା ସଦା ସର୍ବଦା ବନ୍ଦ ରହିବା ଫଳରେ ଅତ୍ୟଧିକ ଭିଡ଼ ପ୍ରବେଶ ଦ୍ୱାରରେ ବାଧା  ସୃଷ୍ଟି ହେଉଥିବା କହିଛନ୍ତି ସ୍ଥାନୀୟ ଜନସାଧାରଣ।ଏ ନେଇ ରାଜ୍ୟ ସରକାର ସୁଚିନ୍ତିତ ପଦକ୍ଷେପ ଜିଲ୍ଲା ପ୍ରଶାସନ ମାଧ୍ୟମରେ  କରିବାସହିତ  ପର୍ଯ୍ୟଟକ ମାନଙ୍କ ପାଇଁ ମନ୍ଦିର ପ୍ରଵେଶ ଟିକେଟ ପର୍ଯ୍ୟାପ୍ତ ପରିମାଣରେ ରହିବା ସୁନିଶ୍ଚିନ୍ତ କରିବା ସହିତ କୌଣସି  ଯାନ୍ତ୍ରିକ ସମସ୍ୟା ଆସିଲେ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ପାଇଁ ମନୁଆଲ ଟିକେଟ ବ୍ୟବସ୍ଥା ବିକଳ୍ପ ଭାବେ ରଖାଯିବା ନିମନ୍ତେ କୋଣାର୍କ ଅଂଚଳ ର ବୁଦ୍ଧିଜୀବୀ ମାନେ ଅନୁରୋଧ କରିଛନ୍ତି ।

Leave A Reply