ଶୀତଋତୁ ରେ ଗରମ୍ ଚା ଟିକିଏ ଆମକୁ ଅନେକ ଆରାମ ଦେଇଥାଏ । କିନ୍ତୁ ଚା ଯେଉଁଠି ଆମକୁ ଆରାମ ଦେଇଥାଏ ସେହି ସ୍ଥାନରେ ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଯେତେ କମ୍ ଚା ପିଇବେ ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷରେ ସେତିକି କ୍ଷତି କାରକ ହୋଇପାରେ । ଭାରତର ସବୁଠୁ ପ୍ରିୟ ପାନୀୟ ଚା ଅଟେ, ଯାହା ବିଶେଷ ଭାବରେ ଦୁଗ୍ଧ ଯୁକ୍ତ ଚା ହୋଇଥାଏ । କିନ୍ତୁ ଏହି ଦୁଗ୍ଧ ଚା ଶରୀର ପକ୍ଷରେ ଯେତିକି କ୍ଷତିକାରକ ହୋଇଥାଏ ସେ ବିଷୟରେ ଆମକୁ ସତର୍କ ରହିବା ଆବଶ୍ୟକ । ଦିନକୁ ଯଦି ଆପଣ ୨- ୩ କପ୍ ଦୁଗ୍ଧ ଚା ପିଇବେ ତେବେ ତାହା ଠିକ୍ ଅଛି । କିନ୍ତୁ ତହିଁରୁ ଅଧିକ ହେଲେ ଏହା ଶରୀର ପକ୍ଷରେ କ୍ଷତି କାରକ ହୋଇପାରେ ।
– ଚା ରେ ଥିବା ରାସାୟନିକ ପଦାର୍ଥ କୁ ଟେନିନ କୁହାଯାଏ । ତେଣୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଆଇରନ କୁପୋଷିତ ହୋଇ ପାରନ୍ତି ।
– ଅଧିକ ଚା ପିଇବା ଦ୍ଵାରା ଶରୀରରେ ଏସିଡ ରିଆକ୍ସନ୍ ହୋଇଥାଏ । ଏହା ଶରୀରରେ ଏସିଡ ଉତ୍ପାଦନ କୁ ବଢାଇ ଥାଏ । ତେଣୁ ଏହି କାରଣରୁ ଛାତିରେ ଜ୍ଵଳା ହୋଇଥାଏ ।
– ନିୟମିତ ଦୁଗ୍ଧ ଚା ସେବନ ଦ୍ଵାରା ଶରୀରରେ କାଫିନ ମାତ୍ରର ବୃଦ୍ଧି ହୋଇଥାଏ । ଯେଉଁ କାରଣରୁ ମସ୍ତିଷ୍କ ରେ ଯନ୍ତ୍ରଣା ଅନୁଭୂତ ହୁଏ ।
– ଅଧିକ ମାତ୍ରାରେ ଚା ସେବନ କରିବା ଦ୍ୱାରା ଦେହ ଅସୁସ୍ଥ ସମୟରେ ଔଷଧ ମାନଙ୍କ ର ପ୍ରଭାବ ଶରୀର ଉପରେ ପଡ଼ି ପାରି ନଥାଏ । କାହିଁକି ନା ଶରୀରରେ ବିଭିନ୍ନ ରିଆକ୍ସନ ଦେଖା ଯାଇଥାଏ ।
– ଦୁଗ୍ଧ ଚା ଅଧିକ ମାତ୍ରାରେ ପିଇବା ଦ୍ଵାରା ଆଣ୍ଟି ବାୟୋଟିକ ସେବନ କରିବା ଦ୍ୱାରା ଶରୀର ଉପରେ କୁ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ ।
* ରହିଛି ବିଶେଷ କାରଣ :-
ଦୁଗ୍ଧ ଚା ରେ ଆମେ ଅଧିକ ମାତ୍ରାରେ ଚା ଗୁଣ୍ଡ ବ୍ୟବହାର କରି ଥାଉ । କିନ୍ତୁ ନାଲି ଚା ରେ ଖୁବ୍ କମ୍ ମାତ୍ରାରେ ଚା ଗୁଣ୍ଡ ବ୍ୟବହାର ହୋଇଥାଏ । ତେଣୁ ଦୁଗ୍ଧ ଚା ଶରୀର ପାଇଁ କ୍ଷତିକାରକ ଅଟେ ।