ନୂଆଦିଲ୍ଲୀ : ଝିଅ ମାନଙ୍କର ବିବାହ ବୟସ ୧୮ ରୁ ବୃଦ୍ଧି ହୋଇ ୨୧ ବର୍ଷ ସ୍ଥିର ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହାକୁ କ୍ୟାବିନେଟ୍ ରେ ମଞ୍ଜୁରୀ ଦିଆ ଯାଇଛି । ଏଥିପାଇଁ ସରକାର ବର୍ତ୍ତମାନ୍ ର ନିୟମ ରେ ସାମାନ୍ୟ ପରିବର୍ତ୍ତନ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୦ ରେ ଲାଲ୍ କିଲ୍ଲା ରୁ ଏହାର ସଂଶୋଧନ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝିଅ ମାନଙ୍କୁ କୁ ପୋଷଣ ରୁ ରକ୍ଷା କରିବା ପାଇଁ ଉଚିତ୍ ସମୟରେ ବିବାହ କରାଇବା ଜରୁରୀ ଅଟେ ।
ଆମ ଦେଶରେ ବର୍ତ୍ତମାନ୍ ସ୍ଥିତି ରେ ଝିଅ ମାନଙ୍କର ବିବାହ ବୟସ ୧୮ ଓ ପୁଅ ମାନଙ୍କର ୨୧ ବର୍ଷ ରହିଛି । ବର୍ତ୍ତମାନ୍ ସରକାର ବାଲ୍ୟ ବିବାହ ନିୟମ, ସ୍ପେଶିଆଲ ମାରେଜ୍ ଆକ୍ଟ ଓ ହିନ୍ଦୁ ମ୍ୟାରେଜ୍ ଆକ୍ଟ ରେ ସଂଶୋଧନ କରିବେ । ନୀତି ଆୟୋଗରେ ଜୟା ଜେଟଲୀ ଅଧ୍ୟକ୍ଷତା ରେ ପ୍ରସ୍ତୁତ ହୋଇଥିବା ଟାସ୍କ ଫୋର୍ସ ଏହାର ସୁପାରିସ କରିଥିଲା ।
ଏହି ଟାସ୍କ ଫୋର୍ସ ର ଗଠନ ଗତବର୍ଷ ଜୁନ୍ ମାସରେ କରାଯାଇ ଥିଲା ଓ ଗତବର୍ଷ ଡିସେମ୍ବର ମାସରେ ଏହି ଟାସ୍କ ଫୋର୍ସ ନିଜର ରିପୋର୍ଟ ଦାଖଲ କରିଥିଲେ । ଏହି ଟାସ୍କ ଫୋର୍ସ ରେ ମହିଳା ଓ ଶିଶୁ ମାନଙ୍କର ବିକାସ, ଉଚ୍ଚ ଶିକ୍ଷା, ସ୍କୁଲ ଶିକ୍ଷା, ସାକ୍ଷରତା ମିଶନ ଇତ୍ୟାଦି ସାମିଲ ରହିଛି । ଏହି ଟାସ୍କ ଫୋର୍ସ ମତ ଦେଇଛି ଯେ ପୂର୍ବରୁ ଝିଅ ମାନେ ଛୁଆ ଜନ୍ମ କରିବା ପୂର୍ବରୁ ସେମାନଙ୍କ ବୟସ ୨୧ ବର୍ଷ ହେବା ଦରକାର ଥିଲା । ବିବାହ ଡେରିରେ ହେବା ଦ୍ବାରା ପରିବାର , ମହିଳା ଓ ଛୁଆ ମାନଙ୍କ ଉପରେ ଭଲ ପ୍ରଭାବ ପଡିଥାଏ । ଏହା ଆର୍ଥିକ, ସାମାଜିକ ଓ ସ୍ବାସ୍ଥ୍ୟ ଅବସ୍ଥା ଉପରେ ଭଲ ପ୍ରଭାବ ପଡିଥାଏ । ସାଂସଦ ଜୟା ଜେଟଲୀ ଙ୍କ ଅଧ୍ୟକ୍ଷତା ରେ ଗଠିତ ହୋଇଥିବା ଟାସ୍କ ଫୋର୍ସ ଏହି ବିଷୟରେ ଯଥା ଶୀଘ୍ର ନିଜର ମତ ଦେବେ ।