ନୂଆଦିଲ୍ଲୀ : କରୋନା ମହାମାରୀର ଉତ୍ପତି ଓ ପ୍ରସାରକୁ ନେଇ ଚୀନ ର ଭୂମିକା ସନ୍ଦିଗ୍ଧ ରହିଛି ଓ କୁହାଯାଉଛି ଯେ ସାରା ବିଶ୍ୱରେ ଚୀନ ର ଏହି ମହାମାରୀ ବ୍ୟାପିଛି l କିନ୍ତୁ ଚୀନ ନିଜ ଉପରେ ଲାଗିଥିବା ଏହି ଆରୋପ କୁ ଖଣ୍ଡନ କରିଛି l କିନ୍ତୁ ବର୍ତମାନ ଆଉଥରେ ଏହି ଡେ଼ଲ୍ଟା ଭାରୀଏଣ୍ଟ ର ନୂଆ ସବ କାଟାଗୋରି କୋଭିଡ ର ବିପଦକୁ ବଢ଼ାଉଛି l ଚୀନ ର ଜୟିୱାଙ୍ଗ ପ୍ରାନ୍ତରେ ନିକଟରେ କୋଭିଡ ମହାମାରୀର ୧୩୮ ଟି ମାମଲା ଆସିଛି l ଏହି ସମସ୍ତ ମାମଲା କରୋନା ମହାମାରୀର ଡେ଼ଲ୍ଟା ଭାରୀଏଣ୍ଟ ର ସବ କାଟାଗୋରି AY .4 ରୁ ସଂକ୍ରମିତ ହେଉଛନ୍ତି l ଏଥିପାଇଁ ଅଧିକାରୀମାନେ ପୂର୍ବ ପ୍ରାନ୍ତର ସମସ୍ତ ଲୋକଙ୍କ ଉପରେ ଯାତ୍ରା କରିବା ପାଇଁ ରୋକ ଲଗାଇଛନ୍ତି l
ମିଳିଥିବା ସୂତ୍ରରୁ ସୂଚନା ମିଳିଛି ଯେ ଚୀନ ରେ ଡେ଼ଲ୍ଟା ଭାରୀଏଣ୍ଟ ର ସବ କାଟାଗୋରି ପ୍ରଥମଥର ପାଇଁ ମିଳିଛି l ସରକାରୀ ସୂଚନା ମୁତାବକ ଝୋଜିୟାଙ୍ଗ ପ୍ରାନ୍ତରେ ୧୨ ଡିସେମ୍ବର ମଧ୍ୟରେ ୧୩୮ ଟି ନୂଆ ମାମଲା ଆସିଛି l ଏହି ସ୍ଥାନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗା ଯାଇଛି l ପୂର୍ବରୁ ୧୩୮ ମାମଲା ଥିବା ବେଳେ ସୋମବାର ଦିନ ଆହୁରି ୭୪ ଟି ମାମଲା ଆହୁରି ଆସିଛି l ବର୍ତମାନ ସୁଦ୍ଧା ଚୀନ ରେ ୯୯.୭୮୦ ମାମଲା ସାମ୍ନାକୁ ଆସିଛି l ଏହା ବର୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି l କାହିଁକି ନା WHO ପକ୍ଷରୁ କୁହାଯାଇଛି ଯେ ଓମୀକ୍ରାନ ର ସାମାନ୍ୟ ଭୟ ଥିବା ବେଳେ ଡେ଼ଲ୍ଟା ଆଉଥରେ ପାଦ ଥାପିବା ସମ୍ପୂର୍ଣ ବିଶ୍ୱ ପାଇଁ ଚିନ୍ତାର କାରଣ l