Odisha news

କେରଳର ହାଇକୋର୍ଟରେ ଜଷ୍ଟିସ ପି.ପି କୁହିଁକୃଷ୍ଣନ ଙ୍କ ପ୍ରଶ୍ନ : କଣ ଆପଣ ଟୀକା ପ୍ରମାଣପତ୍ର ରେ ମୋଦିଙ୍କ ଫଟୋ କୁ ନେଇ ଲଜ୍ଜିତ କି ? ଉତ୍ତରରେ ….

0

ନୂଆଦିଲ୍ଲୀ : କେରଳର ହାଇକୋର୍ଟ ଗୋଟିଏ ମାମଲାର ଶୁଣାଣି କରିଛନ୍ତି ଯେ ଯେଉଁଥିରେ ଜଣେ ଆବେଦନକାରୀ କୋର୍ଟଙ୍କୁ ଜଣାଇ ଥିଲେ ଯେ କରୋନା ଟୀକା ପ୍ରମାଣପତ୍ର ଉପରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଯାଉ l ଏହି ଶୁଣାଣି ସମୟରେ ଆବେଦନକାରୀଙ୍କ ପଚରା ଯାଇଥିଲା ଯେ କଣ ଆପଣଙ୍କୁ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଲଜ୍ଜା ଅନୁଭବ କରୁଛନ୍ତି l ଜଷ୍ଟିସ ପି ପି କୁହିଁକୃଷ୍ଣନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଙ୍କୁ ଏହି ଦେଶର ନାଗରିକ ମୁଖିଆ ଭାବରେ ବାଛି ଛନ୍ତି l ତେଣୁ ଟୀକା କାରଣ ପ୍ରମାଣପତ୍ର ଉପରେ ତାଙ୍କ ଫଟୋ ଲଗାଯିବାରେ କୌଣସି ଅସୁବିଧା ନାହିଁ l

ଉକ୍ତ ଆବେଦନକାରୀ ଜବାହାରଲାଲ ନେହେରୁ ଇନ୍ଷ୍ଟିଚ୍ୟୁଟ ଅଫ ଲିଡରସିପ ରେ କାର୍ଯ୍ୟରତ ଅଛନ୍ତି l ସେ ଏହା ଉପରେ ମଧ୍ୟ ଆକ୍ଷେପ କରି କହିଛନ୍ତି ଯେ ଟୀକା କାରଣ ପ୍ରମାଣପତ୍ର ଉପରେ ନରେନ୍ଦ୍ର ମୋଦିଙ୍କ ଫଟୋ ରହିବା ଓ ଜବାହାରଲାଲ ନେହେରୁଙ୍କ ନାମରେ ବିଶ୍ୱବିଦ୍ୟାଳୟ ରହିବା ମଧ୍ୟରେ କଣ ଫରକ ରହିଛି l ଜଜ ମହାଶୟ ପ୍ରଶ୍ନ କରିଥିଲେ ଯେ ଯଦି ଟୀକା ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଲା ତେବେ କୌଣସି ଅସୁବିଧା ରହିଲା କି ? ଯଦି ଆପଣ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ନାମରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ରେ କାମ କରୁଛନ୍ତି ତାଙ୍କ ନାମକୁ ହଟାଇବାକୁ କହୁ ନାହାନ୍ତି l

ଆବେଦନକାରୀ କହିଥିଲେ ଯେ ଅନ୍ୟ ଦେଶରେ ଏପରି କୌଣସି ନିୟମ ନାହିଁ l ଏହାକୁ ନେଇ ଜଜ ମହାଶୟ କହିଥିଲେ ଯେ ଅନ୍ୟ ଦେଶର ଜନସାଧାରଙ୍କ ର ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗର୍ବିତ ନୁହନ୍ତି l ଆପଣ ଆମ ପ୍ରଧାନମନ୍ତ୍ରୀଙ୍କୁ ନେଇ କଣ ପାଇଁ ଲଜ୍ଜିତ l ସେ ଜନସାଧାରଣଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି l ଆମର ଅଲଗା ଅଲଗା ବିଚାରଧାରା ହୋଇପାରେ, କିନ୍ତୁ ଏହାକୁ ଖଣ୍ଡନ କରିବା ଠିକ ନୁହେଁ l

Leave A Reply