Odisha news

ନର୍ଲାରେ ହାତୀପଲ ଆତଙ୍କ, ହାତୀ ଆକ୍ରମଣରୁ ଅଳ୍ପକେ ବଞ୍ଚିଲେ ବନପାଳ

0

ନର୍ଲା ( ଦୀପକ କୁମାର ଠାକୁର) ନର୍ଲା ବନାଞ୍ଚଳରେ ଦୀର୍ଘ ଦିନରୁ ହାତୀପଲ ଗାଁ ମୁହାଁ ହୋଇ ଆତଙ୍କ ସୃଷ୍ଟି କରି ଆସୁଛନ୍ତି। ଧାନ ଫସଲ ଖାଇବା ପାଇଁ
ଆସୁଥିବା ହାତୀପଲ ଆଜି ଜାମପଡା ଓ କମେଗାଁ ପାହାଡ଼ ପାଖ ନାଳଠାରେ ପ୍ରାୟ ୩୦ ରୁ ୩୫ ଗୋଟି ହାତୀକୁ ଦେଖି ଲୋକେ ନର୍ଲା ବନବିଭାଗକୁ ଖବର ଦେଇଥିଲେ। ନର୍ଲା ରେଞ୍ଜର ଗିରିଧାରୀ ନାଗଙ୍କ ନେତୃତ୍ୱରେ ସମସ୍ତ ବନପାଳ କର୍ମଚାରୀ ଓ ଏକ ସ୍କାର୍ଡ ଟିମ୍ ହାତୀ ଘଉଡାଇବାରେ ଲାଗିଥିଲେ। ଏହି ସମୟରେ କୁରମେଲ ପଞ୍ଚାୟତର ବୁଦେଲଗୁମା ଓ ଗୋରକୋଲ ଗାଁ ମଝି ନଈ ଓ ପଡ଼ିଆରେ ଚାରି ରୁ ପାଞ୍ଚ ଗୋଟି ଛୁଆ ହାତୀ ଅଟକି ରହି ଯିବା ପରେ ହାତୀ ପଲ ଆଉ କୁଆଡେ ନ ଯାଇ ଅଟକି ରହିଥିଲେ। ହାତୀଙ୍କୁ ଦେଖିବାକୁ ଅନେକ ଲୋକ ରୁଣ୍ଡ ହୋଇ କୋଳାହଳ କରିଥିଲେ। ଜଣେ ଦେଖଣାହାରୀ ହାତୀର ଫଟୋ ମୋବାଇଲରେ ଉଠାଇବାକୁ ହାତୀଙ୍କ ନିକଟକୁ ଚାଲିଯିବା ଯୋଗୁଁ ବନପାଳ ଭବାନୀ ଶଙ୍କର ନାଏକ ବ୍ୟକ୍ତି ଜଣଙ୍କୁ ବଞ୍ଚାଇବାକୁ ଯାଇ ନିଜେ ହାତୀ ହାବୁଡରେ ପଡ଼ିଥିଲେ। ଠିକ ଏହି ସମୟରେ ଏକ ହାତୀ ବନପାଳଙ୍କୁ ଶୁଣ୍ଢରେ ମାରି ତଳେ କଚାଡି ଦେଇଥିଲା। କୈ।ଣସି ମତେ ବନ କର୍ମଚାରୀ ଜଣକ ହାତୀ ମୁହଁରୁ ବଞ୍ଚି ଦୈାଡି ଆସିଥିବା ବେଳେ ତାଙ୍କ ହାତରେ ଆଘାତ ଲାଗି ନର୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ପରେ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେହିପରି ଫରେଷ୍ଟ ଗାର୍ଡ ମାନସ ରଞ୍ଜନଙ୍କ ଜଙ୍ଘରେ ମାଡ ବାଜିଥିବା ବେଳେ ଅଳ୍ପକେ ବନକର୍ମଚାରୀମାନେ ହାତୀ ଆକ୍ରମଣରୁ ରକ୍ଷା ପାଇଛନ୍ତି।

Leave A Reply