Odisha news

ବରିଷ୍ଠ ସାମ୍ବାଦିକ ମହମ୍ମଦ ସଲମଙ୍କ ଅକାଳ ବିୟୋଗରେ ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ ଶୋକ

0

ନର୍ଲା (ଦୀପକ କୁମାର ଠାକୁର) ପ୍ରମେୟ ନ୍ୟୁଜ ୭ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ସଲମଙ୍କ ଅକାଳ ବିୟୋଗ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି। କିଛି ଦିନ ତଳେ ସାମ୍ବାଦିକ ମହମ୍ମଦ ସଲମଙ୍କ ବ୍ରେନ୍ ହେମରେଜ ହୋଇ ପ୍ରଥମେ ବେହୋସ୍ ହେବାରୁ ଭବାନୀପାଟଣା ଓ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ତାଙ୍କର ଦେହାନ୍ତ ହୋଇଥିଲା। ଦିବଂଗତ ସାମ୍ବାଦିକ ଜଣେ ନିର୍ଭିକ ଓ ନିରପେକ୍ଷ ବିଚାର ସମ୍ପନ୍ନ ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପରିଚିତ ହୋଇଥିଲେ। ତାଙ୍କ ବିୟୋଗରେ ଆଜି ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ ଗଭିର ଶୋକ ପ୍ରକାଶ କରାଯାଇଛି। ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରେସ ଆସୋସିଏସନର ସମସ୍ତ ସଦସ୍ୟଙ୍କ ପକ୍ଷରୁ ନିରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଛି। ନର୍ଲାର ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ମନୋଜ କୁମାର ଷଡଙ୍ଗୀ, ତ୍ରିଲୋଚନ ଗଉଡ, ଭିକାରୀ ଗଉଡ, ଅଜୟ ସେନାପତି, ଡୋଳାମଣି ସାହୁ, ସନ୍ତୋଷ ପାତ୍ର,ପ୍ରଦୀପ କୁମାର ଗଉଡ, ଖଗେଶ୍ବର କୁମାର, ଅନୀଲ ଅଗ୍ରୱାଲ, ସଞ୍ଜିବ ଦାସ, ଅଜୟ ପଣ୍ଡା, ଜଗତରାମ ସାହୁ, ଗଣେଶ ଭୋଇ, ତପନ ସାହୁ ନୀଳକଣ୍ଠ ବେହେରା, କାଶୀନାଥ ଦାଶ ପ୍ରମୁଖ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave A Reply