ଦୁଗ୍ଧର ଧାର୍ମିକ ଉପାୟ : ଜୀବନରେ ଉନ୍ନତି ଓ ସଫଳତା ପ୍ରାପ୍ତ କରିବା ପାଇଁ ଦୂଗ୍ଧକୁ ଏହିଭଳି ଭାବରେ କରନ୍ତୁ ପ୍ରୟୋଗ , ଧନ ପ୍ରାପ୍ତି ହେବା ସହ ମିଳିବ ସଫଳତା
ଆମେ ଏହି କଥା ସମସ୍ତେ ଜାଣିଛୁ ଯେ ଦୁଗ୍ଧ ଗୋଟିଏ ସମ୍ପୂର୍ଣ୍ଣ ପୋଷାକ ତତ୍ତ୍ଵ । ଏଥିରେ ରହିଛି କ୍ୟାଲସିୟମ , ପ୍ରୋଟିନ , ଆଇରନ ଭଳି ପୋଷାକ ତତ୍ତ୍ଵ । ଦୁଗ୍ଧ ଆମ ଜୀବନର ଗୋଟିଏ ଅଭିନ୍ନ ଅଂଶ , ଖାଇବା ସହିତ ବିଭିନ୍ନ କାମରେ ହୋଇଥାଏ ଦୁଗ୍ଧର ପ୍ରୟୋଗ ।
ଆମେ ଯଦି ଦେଖିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଦୁଗ୍ଧର ଅନେକ ମହତ୍ତ୍ଵ ରହିଛି । ଉଭୟ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ରେ ଏହାର ମହତ୍ତ୍ଵ ରହିଥିବାର ଦେଖିବାକୁ ମିଳିଥାଏ ।
* ଦୁଗ୍ଧ ର ଧାର୍ମିକ ମହତ୍ତ୍ଵ ଅନେକ ରହିଛି । ଭଗବାନ୍ ଶିବଙ୍କ ପୂଜାରେ ଦୁଗ୍ଧର ଧାର୍ମିକ ମହତ୍ତ୍ଵ ରହିଛି । ଶିବ ମସ୍ତକରେ ଚନ୍ଦ୍ରମା ଙ୍କୁ ଧାରଣ କରିଛନ୍ତି । ତେଣୁ ଜ୍ୟୋତିଷ ଶାସ୍ତ୍ର ରେ ଚନ୍ଦ୍ରମା ଙ୍କ ମହତ୍ତ୍ଵ ସୁସ୍ଥ ଶରୀର ସହିତ ଯୋଡ଼ି ହୋଇଛି । ତେଣୁ ଶିବଙ୍କୁ ଦୁଗ୍ଧ ଅର୍ପଣ କରାଯାଏ ।
* ଏପରି କିଛି ବ୍ୟକ୍ତି ଥାଆନ୍ତି ଯେଉଁମାନେ ଅଧିକ ପରିଶ୍ରମ କରିଥିଲେ ମଧ୍ୟ ତାଙ୍କର ନିଜ କର୍ମ କ୍ଷେତ୍ରରେ କୌଣସି ମହତ୍ତ୍ଵ ନଥାଏ । ତାଙ୍କୁ ସମସ୍ତେ ଅଣଦେଖା କରି ଥାଆନ୍ତି, ତାଙ୍କ କାର୍ଯ୍ୟକୁ ଗୁରୁତ୍ଵ ଦିଆଯାଏ ନାହିଁ । ଯଦି ଏପରି ହେଉଛି ତେବେ ମାସର ପୂର୍ଣ୍ଣିମା , ଦ୍ଵାଦଶୀ ଓ ତ୍ରୟୋଦଶୀ ଦିନ ଏକ ଗ୍ଲାସ୍ କଞ୍ଚା କ୍ଷୀର ନେଇ ନଦୀ , ପୋଖରୀ କିମ୍ବା କୂଅରେ ଢାଳି ଦିଅନ୍ତୁ । କିନ୍ତୁ ଯେଉଁଠି ବି ଢାଳିବେ ସେଠାରେ ପାଣି ଥିବା ଆବଶ୍ୟକ ।
* ଅନେକ ଥର ଦେଖାଯାଏ ଯେ ଯେତେ ପରିଶ୍ରମ କଲେ ମଧ୍ୟ ଆମ ପାଖରେ ଧନ ରୁହେନହିଁ କିମ୍ବା ପରିଶ୍ରମ ଅନୁସାରେ ଆମେ ଧନ ପାଇନଥାଉ । ତେବେ ଆପଣ ମା ଲକ୍ଷ୍ମୀଙ୍କ ମୂର୍ତ୍ତିରେ ଦୁଗ୍ଧ , ପାଣି ଓ ସାମାନ୍ୟ ଚିନି ନେଇ ଅର୍ପଣ କରନ୍ତୁ । ଏହାପରେ ଏହାକୁ ନେଇ ପିପଳ ଗଛରେ ଢାଳନ୍ତୁ । ଦେଖିବେ ଅସୁବିଧା ଦୂରେଇଯିବ ।
* ଯଦି ଆପଣଙ୍କର ବାରମ୍ବାର ଦୁର୍ଘଟଣା ହେଉଛି ଓ ବାହନ ଦୁର୍ଘଟଣା ଗ୍ରସ୍ତ ହେଉଛି ତେବେ ପ୍ରତେକ୍ ମାସ ଶୁକ୍ଳ ପକ୍ଷ ମଙ୍ଗଳବାର ଦିନ ଡୁଗ୍ଧରେ ଅରୁଆ ଚାଉଳ ମିଶାଇ ଷଣ୍ଢ କୁ ଖାଇବାକୁ ଦିଅନ୍ତୁ । ଦେଖିବେ ଅସୁବିଧା ଦୂରେଇଯିବ ।