ନର୍ଲା ସକାଳ ଖବର( ଦିପକ କୁମାର ଠାକୁର) ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ନର୍ଲା ଯୁବ ସଂଗଠନ ଓ ଆରୋଗ୍ୟ ନୀତି ତରଫରୁ ଏକ ମିନି ମାରାଥନ ତଥା ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଗଣ ଦୌଡରେ ଓଡିଶାର ରାୟଗଡା ,ବଲାଙ୍ଗିର ,ବରଗଡ , କନ୍ଧମାଳ ଠାରୁ ୧୦୯ ଜଣ ଯୁବକ ଯୋଗ ଦେଇଥିଲେ । ଏହି ଗଣଦୌଡ ବାଗପୁର ଠାରୁ ଆରମ୍ଭ କରି ନର୍ଲା ବସଷ୍ଟାଣ୍ଡ ପ୍ରାୟ ୫ କିମି ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗୀତା ହୋଇଥିଲା । ପରେ ପଂଚାୟତ କମ୍ପ୍ଲେସ ଠାରେ ଯୁବ ସଂଗଠକ ଦିପୁ ପାତ୍ର ଙ୍କ ଅଧକ୍ଷତା ରେ ଏକସଧାରଣ ସଭା ଅନୁଷ୍ଟିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ନର୍ଲା ଆଇଆଇସି ଶ୍ରୀମତୀ ରେଣୁକା ସୁନା ଓ ଏ ଏସ ଆଇ ବଂଶିଧର ପାଲ ଯୋଗ ଦେଇଥିଲେ । ଏହି ଗଣ ଦୌଡରେ ପଙ୍କଜ ରଣା ( କର୍ଳା ମୁଣ୍ଡ। ) ୧୮ ମିନିଟ ୫୭ ସେକେଣ୍ଡ ରେ ପହଞ୍ଚି ପ୍ରଥମ ସ୍ଥାନ ଅଧିକାର କରିଥିବ। ବେଳେ ନିରିନ୍ଦ୍ର ଗହିର (ରାଜ ମୋଟର ) ୧୯.୫୬ ସେକେଣ୍ଡ ରେ ପହଞ୍ଚି ଦିତୀୟ ସ୍ଥାନ , ନେତ୍ରମଣି ଶବର (କେଶିଙ୍ଗା ) ୨୦ ମିନିଟ ରେ ପହଞ୍ଚି ତୃତୀୟ ସ୍ଥାନ , ସୁନୀଲ ଶବର (କେଶିଙ୍ଗା ) ୨୦.୪୦ ସେକେଣ୍ଡ ରେ ପହଞ୍ଚି ଚତୁର୍ଥ ସ୍ଥାନ,ଜୟଶମ୍ଭୁ ନିଅ।ଳ (ଅରତଳ ବୋର୍ଡା ) ୨୦.୫୭ ସେକେଣ୍ଡରେ ପହଞ୍ଚି ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଏହି ଉତୀର୍ଣ୍ଣ ୫ ଜଣଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ନର୍ଲା ଯୁବ ସଂଗଠନ ତରଫରୁ ମୋହିତ କୁମାର ମିଶ୍ର ,ଟିଟୁ ମିଶ୍ର , ନିରଞ୍ଜନ ଜଡା , ବଣ୍ଟୁ , ପିନ୍ତୁ ନାଗ ଓ କ୍ରିଡା ଶିକ୍ଷକ ନାରାୟଣ ପଧାନ, ସୁଧୀର ଧଙ୍ଗଡ।ମ।ଝି ଗଣ ଦୌଡ ରେ ସହଯୋଗ କରିଥିଲେ ।