ନୂଆଦିଲ୍ଲୀ : ଜଣେ ଆଉ ଭାରତୀୟ ଦୁନିଆରେ ନିଜ ଦେଶକୁ ଗୌରବାନ୍ୱିତ କରିବାକୁ ଯାଉଛନ୍ତି l ବର୍ତମାନ ଦେଶର ଜଣାଶୁଣା କମ୍ପାନୀ ର ଡୋରି ସମ୍ଭାଳିବେ l ହଁ ଆଜ୍ଞା , ଟୁଇଟର ର ନୂଆ ସିଇଓ ଭାବରେ ପରାଗ ଅଗ୍ରୱାଲ ଙ୍କୁ ନିଯୁକ୍ତି ଦିଆଯାଇଛି l ପରାଗ ଆଇଆଇଟି ରୁ ଶିକ୍ଷା ଅର୍ଜନ କରିଛନ୍ତି, ତେଣୁ ତାଙ୍କୁ ଏହି ପଦବୀ ଦିଅ ଯାଇଛି l ଷୋମବାର ଦିନ ଏହି ସୂଚନା ମିଳିଥିଲା ଯେ ଟୁଇଟର ସିଇଓ ଜ୍ୟାକ ଡାର୍ଶୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି l
ଏହା ସହିତ ସେ ସୂଚନା ଦେଇଥିଲେ ଯେ ପରାଗ ଅଗ୍ରୱାଲ ଟୁଇଟର ର ନୂଆ ସିଇଓ ଭାବରେ ନିଯୁକ୍ତି ହେବେ l ଟୁଇଟର ରୁ ଇସ୍ତଫା ଦେବାପରେ Jack Dorsey କହିଲେ ପରାଗ ବର୍ତମାନ cto ଭାବରେ ଟୁଇଟର ରେ କାର୍ଯ୍ୟରତ l ଟୁଇଟର ର ଆଉଜଣେ ଅଧକ୍ଷ Bret Taylor କହିଛନ୍ତି ପରାଗ ଟୁଇଟର କୁ ବୁଝିଛନ୍ତି ଓ ଜାଣିଛନ୍ତି l କମ୍ପାନୀର ସମସ୍ତ କାର୍ଯ୍ୟକୁ ଠିକ ଭାବରେ ବୁଝନ୍ତି l ସେ କମ୍ପାନୀର କାର୍ଯ୍ୟକୁ ତୁଲାଇବା ପାଇଁ ସମ୍ପୂର୍ଣ ସକ୍ଷମ ଅଟନ୍ତି l ଆମ ବୋର୍ଡ ର ପରାଗ ଙ୍କ ଉପରେ ସମ୍ପୂର୍ଣ ଭରସା ରହିଛି l